ନୂଆ ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା: ଶାଢୀ ପିନ୍ଧିଲେ ହେଉଛି କ୍ୟାନ୍ସର, ଜାଣନ୍ତୁ ନିଜକୁ କିପରି କରିବେ ରକ୍ଷା

ନୂଆଦିଲ୍ଲୀ:ଭାରତରେ ଖାସ କରି ମହିଳାମାନେ ଶାଢୀ ପିନ୍ଧନ୍ତି । କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମହିଳାମାନେ ଶାଢୀପିନ୍ଧିଥାଆନ୍ତି । ବର୍ତ୍ତମାନ ବିଦେଶରେ ଏହି ଶାଢୀର ଚାହିଦା ବଢିବାରେ ଲାଗିଛି । ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିଲେ କ୍ୟାନ୍ସର ହୁଏ ବୋଲି । ଏକ ରିସର୍ଚ୍ଚରୁ ଏନେଇ ଖୁଲାସା ହୋଇଛି ଯେ, ଶାଢୀ ପେଟିକୋଟ ବା ସାୟା ଦ୍ୱାରା କ୍ୟାନ୍ସର ହେଉଛି । ଏହି ଅଧ୍ୟୟନରେ ଡାକ୍ତରମାନେ ଖୁଲାସା କରିଛନ୍ତି ଯେ, ମହିଳାମାନଙ୍କୁ ପେଟିକଟ କ୍ୟାନ୍ସର ହେଉଛି ।

କିପରି ହୋଇଥାଏ ଶାଢୀରେ କ୍ୟାନ୍ସର:
ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ରିପୋର୍ଟସରେ ପବ୍ଲିସ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଶାଢୀ, ଯାହା ଏକ ପାରମ୍ପରିକ ବସ୍ତ୍ର, ଏହାକୁ କ୍ୟାନ୍ସର ବୋଲି କୁହାଯାଉଛି, କାରଣ ଏହାକୁ ଚିହ୍ନିବା ପାଇଁ ପେଟିକଟ ବା ସାୟାର ଡୋରର ବ୍ୟବହାର କୁହାଯାଇଥାଏ । ଏହି ସାୟା ଡୋରକୁ ଜୋରରେ ବାନ୍ଧିବା ଦ୍ୱାରା ଏହା ଚର୍ମ ଉପରେ ଗଣ୍ଠି ହୋଇଯାଇଥାଏ, ଯାହାକି କ୍ୟାନ୍ସରର କାରଣ ହୋଇଥାଏ । ରିପୋର୍ଟରେ ଜଣେ ୭୦ ବର୍ଷୀୟ ମହିଳାଙ୍କର ଏପରି ଅଣ୍ଟାର ହାଡରେ ହୋଇଥିଲା । ଏହି ଗଣ୍ଠି ଅଲସର ହେବା ପରେ କ୍ୟାନ୍ସରରେ ପରିଣତ ହୋଇଥିଲା । ଏହା ୧୮ ମାସ ପର୍ଯ୍ୟନ୍ତ ଠିକ ହୋଇନଥିଲା, ଏହାପରେ ଏହାକୁ ଡାକ୍ତରମାନେ କ୍ୟାନ୍ସର ବୋଲି ଘୋଷଣା କରିଥିଲେ । ସେହିପରି ଅନ୍ୟଜଣେ ୬୦ବର୍ଷୀୟ ମହିଳାଙ୍କୁ ଏହି କ୍ୟାନ୍ସର ହୋଇଥିଲା ।

ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ରିସର୍ଚ୍ଚରୁ ଖୁଲାସା କରିଛି ଯେ, ଏହି କ୍ୟାନ୍ସର କେବଳ ପେଟିକଟ ନୁହେଁ ସାଲୱାର କମିଜରୁ ବି ହୋଇଥାଏ । ସାଲୱାର ପ୍ୟାଣ୍ଟ ଡୋର ଜୋରରେ ବାନ୍ଧିବା ଦ୍ୱାରା ମଧ୍ୟ ଏହି କ୍ୟାନ୍ସର ହେଉଛି ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ହାଲୁକା ଏବଂ ଢିଲା କପଡା ପିନ୍ଧିବା ଆବଶ୍ୟକ । ଶାଢୀ କିମ୍ବା ସାଲୱାର ପିନ୍ଧିବା ବେଳେ ଡୋରକୁ ଢିଲା ଭାବେ ବାନ୍ଧନ୍ତୁ । ଏଥିସହ ଆପଣଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବା ଆବଶ୍ୟକ ।