fbpx

ଭାରତୀୟଙ୍କୁ ବଡ଼ ଝଟକା ଦେଲା କାନାଡା: ଚାକିରି ଏବଂ ପାଠପଢ଼ାକୁ ନେଇ ଦେଖାଦେଇଛି ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବିଦେଶରେ ପାଠପଢ଼ା ସବୁବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଏ । ଅନେକ ଯୁବପିଢ଼ି ଓ ଶ୍ରମିକ ମଧ୍ୟ ଚାକିରି କରିବା ପାଇଁ ବିଦେଶ ଯାଇଥାନ୍ତି । କାରଣ ବିଦେଶରେ ଭଲ ସ୍କୋପ୍ ରହିଛି । ବର୍ତ୍ତମାନ କିନ୍ତୁ କାନାଡା ସରକାର ଦେଶରେ ଅସ୍ଥାୟୀ ଭାବେ ଚାକିରି କରୁଥିବା ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କାନାଡା ପ୍ରଧାନମନ୍ତ୍ରୀ ଜସ୍ଟିନ୍ ଟ୍ରୁଡୋ(Justin Trudeau) ସୋମବାର ବଡ଼ ଘୋଷଣା କରିଥିଲେ । କାନାଡା ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ଆଗାମୀ ଭବିଷ୍ୟତରେ ଭାରତୀୟଙ୍କ ଉପରେ ପ୍ରଭାବ ପକାଇପାରେ ।

କାନାଡା ପ୍ରଧାନମନ୍ତ୍ରୀ ଜସ୍ଟିନ୍ ଟ୍ରୁଡୋ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆମେ କାନାଡାରେ ସ୍ୱଳ୍ପ ବେତନଧାରୀ ଅସ୍ଥାୟୀ ବିଦେଶୀ ଶ୍ରମିକଙ୍କ ସଂଖ୍ୟାରେ ହ୍ରାସ କରୁଛୁ । ଦେଶର ଲେବର ମାର୍କେଟ ବହୁତ ବଦଳିଯାଇଛି । ଏବେ ଆମ କମ୍ପାନୀ ଗୁଡ଼ିକ ଦେଶର ଶ୍ରମିକ ଏବଂ ଯୁବକଙ୍କ ଉପରେ ଫୋକସ୍ କରିବାର ସମୟ ଆସିଛି ।’

କାନାଡା ପ୍ରଧାନମନ୍ତ୍ରୀ ଜସ୍ଟିନ୍ ଟ୍ରୁଡୋ କାହିଁକି ନେଲେ ଏଭଳି ନିଷ୍ପତ୍ତି  ?

କହିରଖୁଛୁ କାନାଡାରେ ରହୁଥିବା ବିଦେଶୀଙ୍କ ମଧ୍ୟରୁ ଭାରତୀୟ ଶିଖ୍ ଏବଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ । ସେଠାରେ ଛୋଟ ବ୍ୟବସାୟ ଏବଂ କମ୍ପାନୀରେ କାର୍ଯ୍ୟ କରିଥାନ୍ତି । ବାସ୍ତବରେ କରୋନା ପରେ କାନାଡା ସରକାରଙ୍କ ଦ୍ୱାରା ପ୍ରତିବନ୍ଧକ ହଟାଯିବା ପରେ ବିଦେଶୀ ଶ୍ରମିକଙ୍କ ସଂଖ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା । କିଛି କାନାଡିଆନ୍ ବିଷଶଷଜ୍ଞଙ୍କ କହିବାନୁଯାୟୀ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ସ୍ଥାନୀୟ ବାସିନ୍ଦା ଏବଂ ଯୁବକଙ୍କ ମଧ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିଲା । ଏହି ସବୁ କାରଣ ପାଇଁ କାନାଡା ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ କାନାଡାର ସ୍ଥାନୀୟ ବାସିନ୍ଦାଙ୍କୁ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ।

Get real time updates directly on you device, subscribe now.