fbpx

(Video) ମାଲିକକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ ବିଲେଇ, କିନ୍ତୁ ଘଟିଗଲା ଏମିତି…

ବିଲେଇମାନେ ସାଧାରଣତଃ ସୋସିଆଲ ମିଡିଆରେ କିଛି ନା କିଛି ହରକତ କରି ଭାଇରାଲ ହୁଅନ୍ତି । କେବେ କେବେ ସେମାନେ ଡିଆଁ ଡିଇଁ କରୁଥିବା  ନଜରକୁ ଆସେ ତ କେତେବେଳେ ଝଗଡା କରୁଥିବା । ହେଲେ ଏହି ଭିଡିଓରେ ଟିକିଏ ଅଲଗା ଦୃଶ୍ୟ ଆପଣ ଦେଖିବାକୁ ପାଇବେ ।

ଭିଡିଓରେ ଆପଣ ଦେଖପାରିବେ ଏକ ଆଲମିରା ଉପରେ ବିଲେଇ ଚଢି ଲୁଚିକି ବସିଛି । ଆଉ ଜଣେ ବ୍ୟକ୍ତି ହୁଏତ ତା ମାଲିକ, ସେହି ଆଡକୁ ଆସୁଛନ୍ତି ।  ତା ପରେ ବିଲେଇ ହଠାତ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ହେଲେ କଣ ହେବ ସେ ପ୍ଲାନରେ ସଫଳ ହୋଇପାରିଲାନି । ବିଚରା ସିଧା ଯାଇ ତଳେ ପଡିଲା । ଭିଡିଓ ଦେଖିବା ପରେ ଆପଣ ଭଲସେ ବୁଢିପାରିବେ ଯେ, ବିଲେଇର ଚାଲାକି  ନିଜ ଉପରେ କେତେ ଭାରି ପଡ଼ିଛି ।

ଇନଷ୍ଟାଗ୍ରାମରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଏହାକୁ ଖବ୍ ପସନ୍ଦ କରୁଛନ୍ତି ୟୁଜର୍ସ । ଏହି ମଜାଦାର ଭିଡିଓକୁ ଦେଖିଲେ ଆପଣ ନିଶ୍ଚୟ ହସିବେ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.