fbpx

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ:ଟୁଇଟ୍ କରି ନିଜେ ଦେଲେ ସୂଚନା

ନୂଆ ଦିଲ୍ଲୀ: ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି । ଏନ୍ ସି ଆର୍ ରେ ଆୟକର ବିଭାଗ ପକ୍ଷରୁ ୨୦ ଟି ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ନେଇ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇକୁ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି ।

ଏହି ଚଢାଉ ବିଷୟରେ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜେ ଟୁଇଟ୍ କରି ଜଣାଛନ୍ତି । ସେ ଟୁଇଟ୍ ରେ କହିଛନ୍ତି ସିବିଆଇ ଆସିଛି ଏବଂ ତାଙ୍କୁ ମୁଁ ସ୍ୱାଗତ କରୁଛି । ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ସଚ୍ଚୋଟ ଅଛି । ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ମଧ୍ୟ ତିଆରି କରୁଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ ଏଠାରେ ଭଲ କାମ କରୁଥିବା ଲୋକଙ୍କୁ ଏହିପରି ହଇରାଣ ଏବଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

Get real time updates directly on you device, subscribe now.