fbpx

ନୂଆ ମଦ ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ପହଁଚିଲା CBI, ପଚରାଉଚରା ପାଇଁ କଲା ନୋଟିସ

ନୂଆଦିଲ୍ଲୀ: ମଦ ଘୋଟାଲା ସ୍କାମରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ଏହି ସମନ କରିଛି। ସିବିଆଇ ତାଙ୍କୁ ନୂଆ ମଦ ନୀତି ମାମଲାରେ ପଚରାଉଚରା କରିବାକୁ ଚାହୁଁଛି। ଆମ୍ ଆଦମୀ ପାର୍ଟି ଏହି ସୂଚନା ଦେଇଛି।

ସିବିଆଇର ସମନ ପରେ ଆମ ଆଦମୀ ପାର୍ଟୀ ନେତା ସଂଜୟ ସିଂହ ଟ୍ୱିଟ୍ କରି ଏହି ସୂଚନା ଦେବା ସହ ଆକ୍ରାତ୍ମକ ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅତ୍ୟାଚାରର ଅନ୍ତ ନିହାତି ହେବ । ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ନୋଟିସ୍ କରିବା ପରେ ସଂଜୟ ସିଂହ ସନ୍ଧ୍ୟା ୬ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ନୂଆ ମଦ ନୀତି ମାମଲାରେ ସିବିଆଇ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ତାଙ୍କୁ ଫେବୃଆରୀ ୨୬ ରେ ସିବିଆଇ ଗିରଫ କରିଥିଲା। ଏହାକୁ ନେଇ ଆମ ଆଦମୀ ପାର୍ଟୀ ବିଜେପି ଉପରେ ଲଗାତାର ଆକ୍ରମଣ ଜାରି ରଖିଛି।

Get real time updates directly on you device, subscribe now.