fbpx

ଛୁଆ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍‌; ୮ ନବଜାତ ଶିଶୁଙ୍କୁ ରେସ୍କ୍ୟୁ କଲା ସିବିଆଇ, ଅନେକ ରାଜ୍ୟରେ ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: କନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ଏକ ବଡ଼ ଛୁଆ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି । ଯାଞ୍ଚ ଏଜେନ୍ସି ୭ ରୁ ୮ ଜଣ ଶିଶୁଙ୍କୁ ରେସ୍କ୍ୟୁ ମଧ୍ୟ କରିଛି । ଏହି ମାମଲାରେ କିଛି ଅପରାଧୀମାନଙ୍କୁ ହେପାଜତରେ ନିଆଯାଇଛି । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ସହ ଅନ୍ୟ ରାଜ୍ୟରେ ମଧ୍ୟ ଏହାର ସଂଯୋଗ ରହିଛି । ସିବିଆଇ ଏହି ମାମଲାରେ ଅନ୍ୟ ରାଜ୍ୟରେ ମଧ୍ୟ ତଦନ୍ତ ଜାରି ରଖିଛି । ଏହି ମାମଲାରେ ଲଗାତାର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ଦ୍ୱାରା ପାଖାପାଖି ୭ ରୁ ୮ ନବଜାତ ଶିଶୁଙ୍କୁ ରେସ୍କ୍ୟୁ କରିଛି । ଯାଞ୍ଚ ଏଜେନ୍ସି ସହ ଜଡ଼ିତ ଏକ ସୂତ୍ର ମୁତାବକ ଏହି ମାମଲାରେ ଖୁବ ଶିଘ୍ର ୩ ରୁ ୪ ଅପରାଧୀଙ୍କୁ ଗିରଫ କରାଯାଇପାରେ । ସିବିଆଇ ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । ଏଥିସହ ଅଭିଯୁକ୍ତମାନଙ୍କୁ ପଚରା ଉଚରା ଜାରି ରହିଛି । ସୂତ୍ର ହିସାବରେ ନବଜାତ ସମେତ ପାଖାପଖି ୧୦ ବର୍ଷରୁ କମ ବର୍ଷୀୟ ପିଲା ଏବଂ ତାଙ୍କ ସହ ଜଡ଼ିତ ଯୁକ୍ତି କରିବା ମାମଲାରେ ସିବିଆଇକୁ ଅନେକ ଇନପୁଟ୍ସ ମିଳିଛି । ଏଥିରେ ଯାଞ୍ଚ ଏଜେନ୍ସି ଦ୍ୱାରା ସର୍ଚ୍ଚ ଅପରେସନ ଲଗାତାର ଜାରି ରହିଛି ।

Get real time updates directly on you device, subscribe now.