fbpx

(Video) ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ Celebration War: ସିରିଜ ଜିତି ଏମିତି ନେଲା ପ୍ରତିଶୋଧ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୨-୧ରେ ନିଜ କବଜାରେ କରିଛି ବାଂଲାଦେଶ । ଏହାସହ ଦିନିକିଆ ସିରିଜର ପ୍ରତିଶୋଧ ମଧ୍ୟ ନେବାରେ ସଫଳ ହୋଇଛି ଟିମ୍ । ସିରିଜ ହାତେଇବା ସହ ସେଲିବ୍ରେସନର ପ୍ରତିଶୋଧ ମଧ୍ୟ ନେଇଛି ବାଂଲାଦେଶ । ଟ୍ରଫି ସହ ଫଟୋଶୁଟ ବେଳେ ବାଂଲା ଟିମ୍ ଶ୍ରୀଲଙ୍କାର ‘ଟାଇମ ଆଉଟ’ ସେଲିବ୍ରେସନର ଉଚିତ୍ ଜବାବ ଦେଇଛି । ଦିନିକିଆ ବିଶ୍ୱକପର ଟାଇମ ଆଉଟ ବିବାଦରେ ଆଞ୍ଜେଲୋ ମାଥ୍ୟୁଜଙ୍କ ଅଭିନୟ କରି ବାଂଲାଦେଶ ଖେଳାଳି ଶ୍ରୀଲଙ୍କାକୁ କଡ଼ା ଜବାବ ଦେଇଛି ।

ଦିନିକିଆ ସିରିଜ ଜିତିବା ପରେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଆଞ୍ଜେଲୋ ମାଥ୍ୟୁଜଙ୍କ ମଜାକ ଉଡ଼ାଇଛନ୍ତି ବାଂଲାଦେଶୀ ଖେଳାଳି । ସିରିଜ ବିଜୟର ସେଲିବ୍ରେସନ ସମୟରେ ଗ୍ରୀନ ଆର୍ମିର ଷ୍ଟାର ପ୍ଲେୟର ମୁଶଫିକର ରହିମ ଭ୍ଗା ହେଲମେଟ ଧରି ବିଶ୍ୱକପର ଟାଇମ ଆଉଟ ଘଟଣାକୁ ରିକ୍ରିଏଟ କରିଛନ୍ତି । ଟାଇମ ଆଉଟରେ ଆଞ୍ଜେଲୋ ମାଥ୍ୟୁଜଙ୍କ ଅଭିନୟ କରି ଶ୍ରୀଲଙ୍କା ଖେଳାଳିଙ୍କୁ ଚିଡ଼ାଇଛନ୍ତି ବାଂଲାଦେଶର ସମସ୍ତ ଖେଳାଳି । ସମସ୍ତେ ଏହି ଘଟଣାରେ ହସି ହସି ଏହାକୁ ସେଲିବ୍ରେସନ କରିଛନ୍ତି ।

Get real time updates directly on you device, subscribe now.