ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା । ୨୨ ତାରିଖରେ ସମ୍ବଲପୁର ଆସିବେ ଅମିତ ଶାହା ।
ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ ଗୃହମନ୍ତ୍ରୀ । ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ କେନ୍ଦ୍ର ମନ୍ତ୍ରୀ ।
ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ରାଜ୍ୟ ସଭାପତି ଚୟନ ନେଇ ନେତା ଓ କର୍ମୀ ଘନ ଘନ ବୈଠକ ବସୁଥିବାବେଳେ ଏ ସମୟରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଗୁରୁତ୍ୱ ବହନ କରୁଛି ।