fbpx

କରୋନାକୁ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ,୬ ।୩: ଅନେକ କଟକଣା ପରେ ବି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅଧିକ ପରୀକ୍ଷା, ଚିହ୍ନଟ ଓ ଟିକାକରଣ ବଢାଇବାକୁ କେନ୍ଦ୍ର ପରାମର୍ଶ ଦେଇଛି । ସେହି ୮ଟି ରାଜ୍ୟ ମଧ୍ୟରେ ସାମିଲ ରହିଛି-ହରିୟାଣା, ଆନ୍ଧ୍ରପଦେଶ, ଓଡିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଚଣ୍ଡିଗଡ ।

ତେବେ ଦେଶରେ ଆଜି କରୋନାରେ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୬୫୬କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୩୨୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୧ ଲକ୍ଷ ୯୨ହଜାର ୮୮ କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୦ ହଜାର ୩୦୪ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୮ ଲକ୍ଷ ୫୪ ହଜାର ୧୨୮ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.