ଭୁବନେଶ୍ୱର: ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ରାମନବମୀ, ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ସମ୍ବଲପୁରରେ ମୁତୟନ ହେବେ ୨ କମ୍ପାନୀ ବିଏସଏଫ୍ ଫୋର୍ସ । ୨ କମ୍ପାନୀ ବିଏସଏଫ୍, ୧ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ବି ମୁତୟନ ହେବେ ।
ଏଥିସହ ୧୨ ପ୍ଲାଟୁନ ଫୋର୍ସ ବି ମୁତୟନ କରିବ ପ୍ରଶାସନ । ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।