fbpx

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗ: ରାଜ୍ୟମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି ସେମାନଙ୍କୁ ମିଳିପାରେ ସଂଖ୍ୟାଲଘୁ ମାନ୍ୟତା । ଏହା ଉପରେ ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେଇଛନ୍ତି । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପାଇଁ ସମୟ ଦରକାର ବୋଲି କେନ୍ଦ୍ର ସରକାର ପକ୍ଷ ରଖିଥିଲେ ।

ଏନେଇ କେନ୍ଦ୍ର ସରକାର ପକ୍ଷ ରଖିଥିଲେ ଯେ, ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର ହିଁ ବିଜ୍ଞପ୍ତି ପ୍ରକାଶ କରିପାରିବେ । ରାଜ୍ୟମାନଙ୍କ ଉପରେ ଏହାର କ’ଣ ପ୍ରଭାବ ରହିବ ସେନେଇ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ଯେଉଁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି, ସେମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ଲାଗି ସୁପ୍ରିମକୋର୍ଟରେ ଗତ ୨୦୧୭ରେ ଏକ ପିଟିସନ ଦାଖଲ କରାଯାଇଥିଲା ।

୨୦୧୪ରେ ସଂଖ୍ୟାଲଘୁ ତାଲିକାରେ ଜୈନମାନଙ୍କୁ ସାମିଲ କରାଯାଇଥିଲା । ମାତ୍ର କିଛି କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁ ସଂଖ୍ୟାଲଘୁ ଥିଲେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇନଥିବା ପିଟିସନରେ ଦର୍ଶାଯାଇଥିଲା । ଏହି ମାମଲାରେ ଅଭିଯୋଗକାରୀ ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ମାସ ୩୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟର ଖଣ୍ଡପୀଠ ସ୍ଥିର କରିଛନ୍ତି ।

Get real time updates directly on you device, subscribe now.