fbpx

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ: କେଉଁ ଜିଲ୍ଲା ଦାୟିତ୍ୱରେ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ କରୁଛନ୍ତି । ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ତେବେ ଏହି କ୍ରମରେ ରାଜ୍ୟର ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସମସ୍ତ ଏସଡିସି ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଗତ ୨୦୧୭ ମସିହାରୁ ରାଜ୍ୟର ୯ଟି ଜିଲ୍ଲାରେ ଏସଡିସି କାର୍ଯ୍ୟ କରୁଥିଲା । ମାତ୍ର ନିକଟରେ ମୁଖ୍ୟମନ୍ତ୍ରୀ ଆଉ ୧୪ଟି ଜିଲ୍ଲାରେ ଏସଡିସିକୁ ସଂପ୍ରସାରିତ କରିଥିଲେ । ସମସ୍ତ ଏସଡିସି ମାଧ୍ୟମରେ ରାଜ୍ୟ ସରକାର ଜନଜାତିଙ୍କ କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ତେବେ ଅନୁଗୁଳ ଜିଲ୍ଲା ଏସଡିସିରେ ସଦାଶିବ ନାୟକଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବାଲେଶ୍ୱରରେ ମଦନ ମୋହନ ମାଝୀ, ବଲାଙ୍ଗିରରେ ବ୍ରଜମୋହନ ବିଶୋଇ, ବୌଦ୍ଧରେ ଭଗବାନ କହଁର, ଢେଙ୍କାନାଳରେ ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁରରେ ଲମ୍ବୋଦର ମୁଣ୍ଡ, କଳାହାଣ୍ଡିରେ ଶିବାଜୀ ମାଝୀ, ନୂଆପଡ଼ା ଭଗତରାମ ମାଝୀ, ସମ୍ବଲପୁରରେ ଶୋଭାରାମ ପ୍ରଧାନ, ଦେବଗଡ଼ରେ ପାଞ୍ଜିଆ ଭୋଇ, ବରଗଡ଼ରେ ସୁଶୀଳା ଭୋଇ, ଝାରସୁଗୁଡ଼ାରେ ମୋହନ କିଷାନ, ନୟାଗଡ଼ରେ ଜାନକୀ ଦେହୁରୀ ଓ ଗଞ୍ଜାମରେ ବିଦ୍ୟାଧର ଜାନୀଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.