ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଚୈତ୍ର ନବରାତ୍ରୀ । ହିନ୍ଦୁ ନବବର୍ଷର ପ୍ରାରମ୍ଭ ଅନୁସାରେ ଏହି ପର୍ବ ବେଶ ଗୁରୁତ୍ୱ ବହନ କରିଥାଏ । ବିଭିନ୍ନ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ମଧ୍ୟ ପରିଲକ୍ଷିତ ହେଉଛି । ମା’ ଦୁର୍ଗାଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ପ୍ରକାରର ପ୍ରସାଦ ଚଢାଇ ଥାନ୍ତି । ତେବେ ଆପଣଙ୍କ ରାଶି ଅନୁସାରେ ଆପଣ କଣ ପ୍ରସାଦ ଚଢାଇବା ଉଚିତ ଜାଣି ନିଅନ୍ତୁ ।
ବୃଷ: ବୃଷ ରାଶିର ବ୍ୟକ୍ତି ମାନେ ମା ଦୁର୍ଗାଙ୍କ ନିକଟରେ ରାବିଡି ଭୋଗ ଲଗାଇବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି ଏବଂ ସମସ୍ତ ଅସୁବିଧା ଦୂର ହେବ ।
ମିଥୁନ: ମିଥୁନ ରାଶିର ବ୍ୟକ୍ତି ମାନେ ଅମୃତ ଭଣ୍ଡା ଭୋଗ ଲଗାନ୍ତୁ । ଏହା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।
କର୍କଟ: କର୍କଟ ରାଶିରେ ବର୍ତ୍ତମାନ ଚନ୍ଦ୍ରମା ବିରାଜ କରୁଛନ୍ତି । ଏହି ଅବସରରେ କର୍କଟ ରାଶିର ବ୍ୟକ୍ତି ମାନେ କ୍ଷୀର ବା କ୍ଷୀରରେ ପ୍ରସ୍ତୁତ କୌଣସି ମିଠାଇ ଭୋଗ ଲଗାଇବା ଉଚିତ୍ ।
ସିଂହ: ସିଂହ ରାଶିର ବ୍ୟକ୍ତି ମାନେ ମା’ ଦୁର୍ଗାଙ୍କ ନିକଟରେ ଡାଳିମ୍ବ ଭୋଗ ଲଗାଇବା ଲାଭବାନ ହୋଇଥାଏ ।
କନ୍ୟା: କନ୍ୟା ରାଶିର ଜାତକ ଅନୁଯାୟୀ କ୍ଷିରୀ ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।
ତୁଳା: ମା ଦୁର୍ଗାଙ୍କୁ ପୂଜା କରିବା ସମୟରେ ତୁଳା ରାଶିର ବ୍ୟକ୍ତି ଶିଙ୍ଗାଡା ଭୋଗ ଲଗାଇବା ଉଚିତ୍ ।
ବିଛା: ବିଛା ରାଶିର ବ୍ୟକ୍ତିଙ୍କ ଜାତକ ଅନୁଯାୟୀ ଗୁଡର ଭୋଗ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ ।
ଧନୁ: ଏହି ରାଶିର ବ୍ୟକ୍ତିଙ୍କୁ ମା ଦୁର୍ଗାଙ୍କ ନିକଟରେ ବିଡିଆ ପାନ ଭୋଗ ଲଗାଇବା ଉଚିତ୍ ।
ମକର: ମକର ରାଶିର ଲୋକ ମାନେ ନଡିଆର ଭୋଗ ଲଗାଇବା ଉଚିତ୍ ।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ମାନେ ମା’ଙ୍କ ନିକଟରେ ହାଲୁଆ ଭୋଗ ଲଗାଇବା ଉଚିତ୍ ।
ମୀନ: ନବରାତ୍ରିରେ ମା ଦୁର୍ଗାଙ୍କ ଆରାଧନା ସମୟରେ ମୀନ ରାଶିର ବ୍ୟକ୍ତିଙ୍କୁ ପଞ୍ଚମେୱା ଭୋଗ ଲଗାଯିବା ଉଚିତ୍ ।