fbpx

ଚାଣକ୍ୟ ନୀତି: ଏହି ୪ ଜଣଙ୍କ ସହ ଭୁଲରେ ବି କରନ୍ତୁ ନାହିଁ ଶତ୍ରୁତା, ନଚେତ୍ ଆପଣଙ୍କ ଜୀବନ ନଷ୍ଟ ହୋଇଯିବ

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ କ୍ରୋଧ ବଶତଃ ସାମ୍ନା ବ୍ୟକ୍ତିକୁ ଅନେକ ଅପଶବ୍ଦ କହିଥାନ୍ତି । କଥାକଥାରେ କାହା ସହ ବି ଶତ୍ରୁତା କରିଦିଅନ୍ତି । ପରବର୍ତ୍ତୀ ସମୟରେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଶେଷରେ ଆମେ ଅନୁତାପ କରିବା ଛଡ଼ା ଅନ୍ୟ କିଛି ଉପାୟ ନଥାଏ । ଆମେ ଭୁଲି ଯାଇଥାଉ ଯେ କିଛି ସମୟ ପାଇଁ କ୍ରୋଧକୁ ନିୟନ୍ତ୍ରିତ କରିବା ଦ୍ୱାରା ଜୀବନ ବହୁତ ସରଳ ଏବଂ ସୁଖ ଶନ୍ତିରେ ବିତିଥାଏ । ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଏମିତି ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ସମୟ ଏବଂ ପରିସ୍ଥିତି ସହ ସଠିକ୍ ମେଳ ଖାଉଛି । ଚାଣକ୍ୟ ଏହି ୪ ଜଣ ବ୍ୟକ୍ତିଙ୍କ ସହ କେବେ ବି ଶତ୍ରୁତା ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଭଳି ବ୍ୟକ୍ତିଙ୍କ ଠାରୁ ଯେତେଦୂର ସମ୍ଭବ ଦୂରତା ବଜାୟ ରଖିବା ଉଚିତ ହୋଇଥାଏ ।

୧. ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତି: ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା ବୁଦ୍ଧିମତାର କାର୍ଯ୍ୟ ଅଟେ । ଏଭଳି ଲୋକଙ୍କ ନିକଟକୁ ଗଲେ ସେମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥାନ୍ତି । ଯେଉଁଦିନ ସେମାନଙ୍କ ମତଲବ ଶେଷ ହୋଇଯିବ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି ।

୨. ଘନିଷ୍ଠ ବନ୍ଧୁ: ଆପଣଙ୍କ ଘନିଷ୍ଠ ବନ୍ଧୁ ଆପଣଙ୍କ ଜୀବନର ରହସ୍ୟ ଜାଣିଥାନ୍ତି । ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କଲେ ସମାଜ ସାମ୍ନାରେ ଆପଣଙ୍କ ପୋଲ୍ ଖୋଲିଯିବାର ସମ୍ଭାବନା ରହିଛି । ଫଳରେ ସମାଜ ସାମ୍ନାରେ ଆପଣଙ୍କ ଇମେଜ୍ ଖରାପ ହୋଇଥାଏ ।

୩. ଡାକ୍ତର ଏବଂ ରୋଷେଇୟା: ଏହି ଦୁଇ ଜଣଙ୍କ ସହ ଶତ୍ରୁତା କରିବା ମାନେ ନିଜ ଜୀବନକୁ ବାଜିରେ ଲଗାଇବା । ଏମାନେ ଖାଦ୍ୟରେ କିଛି ମିଶାଇ କିମ୍ବା ଭୁଲ ମେଡିସିନ୍ ଦେଇ ଅପଣଙ୍କ ଠାରୁ ପ୍ରତିଶୋଧ ନେଇପାରନ୍ତି ।

୪. ପାଖରେ ଅସ୍ତ୍ରଶସ୍ତ୍ର ରଖୁଥିବା ବ୍ୟକ୍ତି: ଯେଉଁ ବ୍ୟକ୍ତି ନିଜ ସୁରକ୍ଷା ପାଇଁ ପାଖରେ ଅସ୍ତ୍ରଶସ୍ତ୍ର ଧାରଣ କରିଥାଏ ସେମାନଙ୍କ ଠାରୁ ଯେତେ ଦୂର ସମ୍ଭର ଦୂରତା ରକ୍ଷା କରିବା ଉଚିତ । ଏଭଳି ବ୍ୟକ୍ତି ଆପଣଙ୍କ ଜୀବନ ପାଇଁ ବିପଦପୂର୍ଣ୍ଣ ଅଟନ୍ତି । ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବା ହିଁ ବୁଦ୍ଧିମତାର ଲକ୍ଷଣ ।

 

 

Get real time updates directly on you device, subscribe now.