fbpx

ସିଧାସଳଖ ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଏହି ମାରାତ୍ମକ ଭାଇରସ୍ , ଯଦି ଏହି ଲକ୍ଷଣ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ହୋଇଯିବ ମୃତ୍ୟୁ!

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ରାଜସ୍ଥାନରେ ଚାନ୍ଦିପୁରା ଭାଇରସର କିଛି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡିଛି । ଏପର୍ଯ୍ୟନ୍ତ ଗୁଜୁରାଟର ଚାରିଟି ଜିଲ୍ଲାରୁ ଏହି ଭାଇରସର ୯ଟି ମାମଲା ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ତିନୋଟି ମାମଲା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କର ରହିଛି ।

ତେବେ ଗୁଜୁରାଟର ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସଜାଗ ରହିବା ଆବଶ୍ୟକ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଚାନ୍ଦିପୁରା ଏକ ନୂଆ ଭାଇରସ୍ ନୁହେଁ । ଏହାର ପ୍ରଥମ ମାମଲା ୧୯୬୫ ମସିହାରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା ଏବଂ ଗୁଜୁରାଟରେ ମଧ୍ୟ ଏହାର କେତେକ ମାମଲା ପ୍ରତିବର୍ଷ ରିପୋର୍ଟ କରାଯାଇଥାଏ । ଚାନ୍ଦିପୁରା ଭାଇରସ୍ ଜ୍ୱର, ଏନସେଫାଲାଇଟିସ୍ ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ସୃଷ୍ଟି କରେ । ଏହି ଭାଇରସ୍ ଭେସିକୁଲୋଭାଇରସ୍ ପରିବାରର ସଦସ୍ୟ ଏବଂ ସଂକ୍ରମିତ ମଶା, ଟିକ୍ କିମ୍ବା ସାଣ୍ଡଫ୍ଲାଏ କାମୁଡ଼ିବା ଦ୍ୱାରା ବିସ୍ତାର ହୁଏ ।

ରୋଗ ବ୍ୟାପିବାର କାରଣ ଏବଂ ଲକ୍ଷଣ :-
ସ୍ୱାସ୍ଥ୍ୟମନ୍ତ୍ରୀ ଋଶିକେଶ ପଟେଲଙ୍କ ଅନୁଯାୟୀ, ସଂକ୍ରମିତ ସାଣ୍ଡଫ୍ଲାଏ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ ଏବଂ ମୁଖ୍ୟତଃ ୯ ମାସରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ । ଏହା ପ୍ରାୟତଃ ଗ୍ରାମାଞ୍ଚଳରେ ଦେଖାଯାଏ । ଏହାର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ବାନ୍ତି, ଝାଡ଼ା ଏବଂ ମୁଣ୍ଡବିନ୍ଧା । ଯଦି ଏହି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଏପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁର ପ୍ରମାଣ ନାହିଁ :-
ଗୁଜୁରାଟରେ ଚଣ୍ଡିପୁରା ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି, କିନ୍ତୁ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଚାନ୍ଦିପୁରା ଭାଇରସ୍ ଯୋଗୁଁ ଏହି ମୃତ୍ୟୁ ହୋଇଛି ବୋଲି ପ୍ରମାଣିତ ହୋଇନାହିଁ ।

Get real time updates directly on you device, subscribe now.