ନୂଆଦିଲ୍ଲୀ: କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ବାହାରିଲା ବିଡାବିଡା ନୋଟ୍ । 222 ନମ୍ବର ସିଟରୁ ବିଡାବିଡା 500 ଟଙ୍କିଆ ନୋଟ୍ ମିଳିଥିଲା । ତେବେ ଏହି ଆସନ ତେଲେଙ୍ଗାନାର କଂଗ୍ରେସ ଏମପି ଅଭିଷେକ ମନୁ ସିଂଭିଙ୍କର । ଏନେଇ ଅଧ୍ୟକ୍ଷ ଜଗଦୀପ ଧନଖଡ ସୂଚନା ଦେଇଛନ୍ତି । କଂଗ୍ରେସ ବେଞ୍ଚରେ ନୋଟ ମିଳିବା ପରେ ହଙ୍ଗାମା ଦେଖାଯାଇଛି । ଏନେଇ ଯାଞ୍ଚ ଚାଲିଥିବା ଧନଖଡ କହିଛନ୍ତି ।
ଖବର ଅନୁସାରେ, ଗୁରୁବାର ଦିନ ଗୃହକାର୍ଯ୍ୟ ଶେଷ ହେବା ପରେ ନିୟମିତ ଯାଞ୍ଚ କରାଯାଇଥିଲା । ଏହି ସମୟରେ ସିଟ୍ ନମ୍ବର 222ରୁ ବିଡା ବିଡା ନୋଟ୍ ବାହାରିଥିଲା । ଏହି 222 ନମ୍ବର ସିଟ୍ କଂଗ୍ରେସ ସାଂସଦଙ୍କର ହୋଇଥିବା ବେଳେ ଏହାକୁ ନେଇ ଗୃହରେ ହଙ୍ଗାମା ଦେଖାଯାଇଛି । ଏହାକୁ ମୁଦ୍ଦା କରି ବିରୋଧୀ ମଧ୍ୟ ଦଳ ଉପରେ ଆରୋପ ଲଗାଇଛନ୍ତି । ଏନେଇ କଂଗ୍ରେସ ସାସଂଦ ମୁହଁ ଖୋଲିବା ସହିତ ଏହାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଜଗଦୀପଙ୍କ ଉପରେ ଗର୍ଜିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କାହାର ନାମ ନେବା ଉଚିତ ନୁହେଁ ବୋଲି ସେ ଗର୍ଜିଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅନେଇ ଉପରାଷ୍ଟ୍ରପତି କହିଥିଲେ । ଗୃହକାର୍ଯ୍ୟ ମୁଲତବୀ ହେବା ପରେ ନିରାପତ୍ତା ସେବୀମାନେ ଯାଞ୍ଚ କରିଥିଲେ । ଏହି ସମୟରେ 500 ନୋଟ୍ ବିଡା 222 ନମ୍ବର ସିଟରୁ ବାହାରିଥିଲା । ଏହା ମୋର ଲୋକଲୋଚନକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଧନଖଡ କହିଛନ୍ତି ।