fbpx

Chardham Yatra 2022 ଆଜିଠାରୁ ଆରମ୍ଭ: ଜାଣନ୍ତୁ କେଉଁ ପର୍ଯ୍ୟଟନ ସ୍ଥଳରେ କେତେ ଶ୍ରଦ୍ଧାଳୁଙ୍କୁ ମିଳିଛି ଅନୁମତି

ନୂଆଦିଲ୍ଲୀ: ଆଜିଠାରୁ ଚାରଧାମ ଯାତ୍ରା ଆରମ୍ଭ ହେଉଛି । ଗତ ଦୁଇ ବର୍ଷ ଧରି କୋଭିଡ୍ କାରଣରୁ ଚାରଧାମ ଯାତ୍ରା ବ୍ୟାହତ ହୋଇଥିଲା । ତେବେ ଚଳିତ ବର୍ଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ସ୍ଥିର କରାଯାଇଛି । ଦୈନିକ ବଦ୍ରିନାଥରେ ୧୫ ହଜାର, କେଦାରନାଥରେ ୧୨ ହଜର, ଗଙ୍ଗୋତ୍ରୀରେ ୭ ହଜାର ଓ ଯମୁନେତ୍ରୀରେ ୪ ହଜାର ତୀର୍ଥଯାତ୍ରା ଦର୍ଶନ କରିପାରିବେ । ଯାତ୍ରାର ସଠିକ୍ ପରିଚାଳନା ପାଇଁ ପୋଲିସଙ୍କୁ ନିୟୋଜିତ କରାଯିବା ସହ ପାଖାପାଖି ଅଢ଼େଇ ହଜାର ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ଜଣାପଡ଼ିଛି ଯେ, ଉତ୍ତରକାଶୀ ଜିଲ୍ଲାସ୍ଥିତ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମର କପାଟ ପୂର୍ବାହ୍ନ ୧୧.୧୫ ଓ ଅପରାହ୍ଣ ୧୨.୧୫ରେ ଖୋଲିଯିବ । ରୁଦ୍ରପ୍ରୟାଗ ଜିଲ୍ଲା ସ୍ଥିତ କେଦାରନାଥ ମନ୍ଦିରର କପାଟ ଆସନ୍ତା ୬ ତାରିଖ ସକାଳ ୬.୧୫ରେ ଖୋଲିବ । ସେହିପରି ଚମୋଲୀ ଜିଲ୍ଲା ସ୍ଥିତ ବଦ୍ରୀନାଥ ଧାମର ମନ୍ଦିର ଆଠ ତାରିଖ ସକାଳ ୬.୨୫ରେ ଖୋଲିବ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚାରଧାମ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି । ଚଳିତ ବର୍ଷ ଚାରଧାମ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି । ଚାରଧାମ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଦୈନିକ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ କଟକଣା ଜାରି କରାଯାଇଛି । ଶ୍ରଦ୍ଧାଳୁଙ୍କ ଯାତ୍ରା, ରହିବା, ଭୋଜନ, ପାର୍କିଂ, ମନ୍ଦିର ଦର୍ଶନ କ୍ଷମତା, ମନ୍ଦିର ପରିସର କ୍ଷମତାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରାଥମିକ ଭାବେ ୪୫ ଦିନ ପାଇଁ ଲାଗୁ କରାଯାଇଛି ।

Get real time updates directly on you device, subscribe now.