ମିଛ-ସତ କହି ସୋସିଆଲ ମିଡିଆରେ ଯୁବତୀଙ୍କୁ ଲୁଟୁଥିଲେ ଠକ ପ୍ରେମିକ: ଶେଷରେ ବାନ୍ଧିନେଲା ପୋଲିସ
ଧରାପଡ଼ିଲା ଠକ ପ୍ରେମିକ: ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଠକୁଥିଲେ...
ମୟୁରଭଞ୍ଜ: ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ବହୁତ ସମୟ ବିତାଉଛନ୍ତିି ଓ ବେଳେବେଳେ ଠକାମିର ଶିକାର ମଧ୍ୟ ହେଉଛନ୍ତି । ଠକମାନେ ମିଛ-ସତ କହି ଲୋକମାନଙ୍କୁ ଲୁଟିବାରେ ଲାଗିଛନ୍ତି । କିଏ ପ୍ରେମ ନାଁରେ ଠକୁଛି, ତ ଆଉ କିଏ ଅଲଗା କିଛି କାରଣକୁ ନେଇ ପ୍ରତାରଣା କରୁଛି । ସେହିପରି ଜଣେ ଠକ ପ୍ରେମିକ ଏବେ ପୋଲିସ ଜାଲରେ ପଡିଛି ।
ସୂଚନା ମୁତାବକ, ସେ ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରେମ ସମ୍ପର୍କ ସୃଷ୍ଟି କରୁଥିଲେ ପରେ ଲକ୍ଷାଧିକ ଟଙ୍କା ଠକେଇ କରି ଚମ୍ପଟ ମାରୁଥିଲେ । ଠକ ପ୍ରେମିକ ଜଣକ ହେଲେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମ ପଞ୍ଚାୟତର କବାଟବନ୍ଧ ଗ୍ରାମର ତ୍ରୈଲୋକ୍ୟ ରଞ୍ଜନ ପାତ୍ର ।
ଫେସବୁକ, ଇନଷ୍ଟାଗ୍ରାମ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରସିକିଆ ଠକ ପ୍ରେମିକ ଜଣକ ଅଜାଣତ ଝିଅ ସହ ବନ୍ଧୁତା ସୃଷ୍ଟି କରୁଥିଲେ । କିଛି ଦିନ କଥା ହେବା ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ । ଯୁବତୀ ମାନଙ୍କୁ ମିଛ ପ୍ରେମ ଜାଲରେ ଫସଇ ଲକ୍ଷାଧିକ ଟଙ୍କା ହଡପ କରୁଥିଲା ।
କିଛି ବର୍ଷ ହେବ ସେ ଏହି କାମ କରୁଥିଲେ । ତେବେ ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏହିପରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବାର ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ୱରେ ତଦନ୍ତ କରି ପୁରୀ ଜିଲ୍ଲାର ବାସେଲିସାହି ଥାନା ଅନ୍ତର୍ଗତ ହାତୀସାହି ଅଞ୍ଚଳରୁ ଗିରଫ କରାଯାଇଛି ।
ତଦନ୍ତ ସମୟରେ ଶତାଧିକ ମହିଳାଙ୍କ ସହ ପ୍ରେମ କରି ଟଙ୍କା ଠକେଇ କରିଥିବାର ଜଣାପଡିଛି । ଆଉ ଶେଷରେ ପୁଲିସ୍ ହାତରେ ଅଭିଯୁକ୍ତ ଠକ ପ୍ରେମିକ ଧରା ପଡିଛନ୍ତି । ଠକ ପ୍ରେମିକଙ୍କୁ ପୁଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।