ପୁଣି ଚର୍ଚ୍ଚାରେ କିଲି ପଲ୍: ଛି ଛି ଛିରେ ନନି ଛି ଗୀତରେ କଲେ କମାଲ, ଭିଡିଓ ଦେଖିଲେ…

ଏବେ ସବୁଠୁ ବାଜୁଛି ଛି ଛି ଛିରେ ନନି ଛି । ଏହି ଗୀତ ବେଶ୍ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରିଛି । ଦୀର୍ଘ ୨୪ ବର୍ଷ ତଳେ ଏହି ଗୀତର ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ହଠାତ୍ ଏବେ ଏହି ଗୀତ କାହିଁକି ଏତେ ଭାଇରାଲ ହେଲା ତାହା କାହାକୁ ବି ଜଣା ନାହିଁ । ତଥାପି ସମସ୍ତଙ୍କ ମୁହଁରେ ଏହି ଗୀତ । ଏହି ଗୀତଟି କୋରାପୁଟିଆ ଗୀତ । ଏହି ଗୀତର ସବୁଠୁ ଲୋକପ୍ରିୟ ଧାଡ଼ି ହେଲା ‘ଧନକେ ଦେଖିଲୁ ତୁଇ ନନି ସିନା ମନକୁ ଚିହ୍ନିଲୁ ନାଇଁ’।

 

 

View this post on Instagram

 

A post shared by Kili Paul (@kili_paul)

ବିଶେଷକରି ଏହା ଏକ ବିରହ ଗୀତ । ଯାହା ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି । ସମସ୍ତେ ଏହି ଗୀତରେ ସୋସିଆଲ ମିଡିଆରେ ରିଲ୍ସ କରୁଛନ୍ତି । ଖାଲି ଯେ, ଏହି ଗୀତ ଓଡ଼ିଶାରେ ସୀମିତ ରହିଛି ତାହା ନୁହେଁ, ଏହା ତାମିଲନାଡୁ, ଛତିଶଗଡ଼, ପଶ୍ଚିମବଙ୍ଗରେ ମଧ୍ୟ ଭାଇରାଲ ହେଉଛି । ସବୁଠୁ ବଡ଼ କଥା ହେଲା ତାଞ୍ଜାନିଆର ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର କିଲି ପଲ । ସେ ପୂର୍ବରୁ ବହୁ ଗୀତରେ ଲିପ୍ସିଂ କରିସାରିଛନ୍ତି । ଏବେ ଏହି ଛି ଛି ଛିରେ ନନି ଛି ଗୀତ ଭାଇରାଲ ହେବା ପରେ ସେ ମଧ୍ୟ ତାଙ୍କର ନୀଜର ସ୍ୱତନ୍ତ୍ର ଶୈଳୀରେ ଦମ୍ ଲଗାଇଛନ୍ତି । ଯାହା ଖୁବ୍ ଭାଇରାଲ ହେଉଛି ।