fbpx

ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର: ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରାଯାଉଛି। ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି ରଖିଥିବା ଅଭିଯୋଗ ହୋଇଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ ହୋଇଛି।

ସୂଚନାଥାଉ କି, ଭୁବନେଶ୍ବରର ନୀଳାଦ୍ରି ବିହାରର ୩ ମହଲା ଘରେ ରେଡ ହୋଇଛି।

ସେହିପରି ପୁରୀର ୨ଟି ଫ୍ଲାଟ, କଟକ ସ୍ଥିତ ପୈତୃକ ଘରେ ଚଢ଼ାଉ। ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ ହୋଇଥିବାବେଳେ ଅନୁଗୁଳରେ ଥିବା ସୁନୀଲଙ୍କ ପୁଅଙ୍କ ଘରେ ବି ରେଡ ହୋଇଛି। ଚଢ଼ାଉରେ ୨ ଜଣ ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୬ ଇନସ୍ପେକ୍ଟର, ୧୦ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଚଢ଼ାଉ କରାଯାଉଛି।

ସୂଚନାଥାଉ କି, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସୁଜିତ କୁମାର ପାଢ଼ୀ। ଠିକାଦାରଙ୍କ ବିଲ କରିଦେବାକୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଢ଼ୀ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୫୦ ହଜାର ଟଙ୍କା ଠିକାଦାରଙ୍କଠାରୁ ନେଇଥିଲେ। ବୁଧବାର ଦ୍ବିତୀୟ କିସ୍ତି ଲାଞ୍ଚ ୫୦ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ଟିମ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଢ଼ୀଙ୍କୁ କାବୁ କରି ନେଇଥିଲେ। ତାଙ୍କଠାରୁ ଭିଜିଲାନ୍ସ ଟିମ ୫୦ ହଜାର ଟଙ୍କା ଜବତ କରିଛନ୍ତି। ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

Get real time updates directly on you device, subscribe now.