ଦୀପକ ପାଡ଼ାଲଙ୍କ ମୃତ୍ୟୁ ଘଟଣା, 4 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ 4 ଲକ୍ଷର ଅନୁକମ୍ପା ରାଶି ଘୋଷଣା ।
ଭୁବନେଶ୍ବର: ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଦ୍ବିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ।
ହୋମଗାର୍ଡ ଚାକିରି ଆଶାୟୀ ମୃତ୍ୟୁ ପାଇଁ 4 ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରକାଶଥାଉକି, ଦୀପକ ପାଡ଼ାଲଙ୍କ ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ଦୀପକଙ୍କୁ ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମେଡିକାଲ୍ ସୂତ୍ରରୁ ସୂଚନା ରହିଛି ।
ପ୍ରକାଶଥାଉକି, ଆଜି ସକାଳେ ଜଣେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିଲା । ହୋମଗାର୍ଡ ଶାରୀରିକ ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିଲେ । ଦୌଡୁଥିବା ସମୟରେ ସେଇଠି ଟଳିପଡିଥିଲେ ପରୀକ୍ଷାର୍ଥୀ । ମୃତକ ହେଲେ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ସୁଲନ୍ତ ମିଶାଲ ।