ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶାର ବିକାଶ ପାଇଁ…

ଭୁବନେଶ୍ୱର/ନୂଆଦିଲ୍ଲୀ,୧୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।  ଆଜି ରାଷ୍ଟ୍ରପତି ଭବନରେ ଆମ ଓଡ଼ିଶା ମାଟିର ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଏହି ଅବସରରେ ଓଡ଼ିଶାର ବିକାଶ ଯାତ୍ରା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ରୋଡ଼ମ୍ୟାପ୍ ଓ କେନ୍ଦ୍ର ରାଜ୍ୟ ସୁସମନ୍ଵୟରେ ଓଡ଼ିଶାର ବିକାଶକୁ କେମିତି ଆହୁରି ତ୍ୱରାନ୍ୱିତ କରିହେବ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ “ଓଡ଼ିଶା ଭିଜନ ୨୦୩୬ | ୨୦୪୭ ପ୍ରଦାନ କଲି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି।