ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିବେଶକ ସମ୍ମିଳନୀରେ ଯୋଗଦେବେ

7ରୁ ଦିଲ୍ଲୀ ଗସ୍ତରେ ଯିବେ ମୋହନ ମାଝୀ ।

ଭୁବନେଶ୍ବର: ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 7ତାରିଖରେ ସେ ଯିବା ନେଇ ସୂଚନା ରହିଛି । ତେବେ ଏହି ସମୟସୀମା ମଧ୍ୟରେ ସେ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଖବର ଅନୁସାରେ, ଦିଲ୍ଲୀ ଗସ୍ତ ବେଳେ ନିବେଶକ ସମ୍ମିଳନୀରେ ଯୋଗ ଦେବା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 7 ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହାପରେ 8 ତାରିଖରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ନିବେଶ ନେଇ ପୁଞ୍ଜିପତିଙ୍କ ସହିତ ଆଲୋଚନା କରିବେ । ଓଡ଼ିଶାରେ ନିବେଶର ସୁଯୋଗ ନେଇ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ବିଭାଗର ଏକ ପ୍ରତିନିଧୀ ଦଳ ମଧ୍ୟ ଗସ୍ତ କରିବେ ।

ପାରାଦ୍ବୀପରେ ନାପଥା କ୍ରାକର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଇୟୋସିଏଲ ସହିତ ରାଜ୍ୟ ସରକାରଙ୍କ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ 9 ତାରିଖରେ ଯାଇ 9 ତାରିଖରେ ଫେରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପାଇଁ ଅଭିଯୋଗ ଶୁଣାଣି ମଧ୍ୟ ବନ୍ଦ ରଖାଯାଇଛି ।