fbpx

ନୂଆ ସରକାରରେ ପ୍ରଥମ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବଜେଟର ମୋଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟର ମୋଟ୍ ପରିମାଣ ପ୍ରାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଏହା ୨୦୨୩-୨୪ ତୁଳନାରେ ୧୫% ଅଧିକ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଯୋଜନା ପାଇଁ କେତେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକ୍ରମ ବଜେଟ୍ ପାଇଁ ୧ ଲକ୍ଷ ୫୫ ହଜାର କୋଟି, ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କଲେ ରାଜ୍ୟ ସରକାର । ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପିଏମ କିଷାନ ଢାଞ୍ଚାରେ ଆରମ୍ଭ ହେବ ସିଏମ କିଷାନ ଯୋଜନା । ଗୋପନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି , ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି, ଶ୍ରୀ ଅନ୍ନ ଅଭିଯାନକୁ ୬୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମମତା ଯୋଜନା ପାଇଁ ୫୨୧ କୋଟି, ମିଶନ ଶକ୍ତି ପାଇଁ ୧୧୭୯ କୋଟି, ମଧୁବାବୁ ପେନସନ୍ ଯୋଜନା ପାଇଁ ୪ ହଜାର ୪୮୭ କୋଟି, ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ୩୫୭ କୋଟି, ନୂଆ ସହର ବିକାଶ ପାଇଁ ୯୧୮ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୧୦୦୦ କୋଟି, ବସୁଧା ଯୋଜନା ପାଇଁ ୨ ହଜାର କୋଟି, ଜଳ ସଂରକ୍ଷଣ ଓ ଜଳ ସେଚନ ପାଇଁ ୮୧୪ କୋଟି, ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୧୨୫ କୋଟି, ମେଧା ବୃତ୍ତି ବାବଦକୁ ୧୧୭୦ କୋଟି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୪୯ କୋଟି, ମେଟ୍ରୋ ରେଲ୍ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ପିଏମ୍ ମାତୃ ବନ୍ଦନା ପାଇଁ ୯୨ କୋଟି, ବସଷ୍ଟାଣ୍ଡ ନିର୍ମାଣ ପାଇଁ ୮୪୯ କୋଟି, ସଡ଼କ ଉନ୍ନୟନ ପାଇଁ ୬୧୮୦ କୋଟି, ଗ୍ରାମାଞ୍ଚଳ ସଡ଼କ ପାଇଁ ୨୩୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Get real time updates directly on you device, subscribe now.