fbpx

ସେପ୍ଟେମ୍ବର ୩୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି: ବନ୍ଦ ରହିବ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଏହାସହିତ ୩୦ ତାରିଖ ଦିନ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ଅନ୍ୟ ସରକାରୀ କାର୍ଯ୍ୟ ରହିଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ତରପରୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ଚଳିତ ମାସରେ ୩ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏ ନେଇ ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ବିଭିନ୍ନ କାରଣ ପାଇଁ ସେପ୍ଟେମ୍ବର ୨, ୯ ଓ ୧୬ ତାରିଖରେ ଶୁଣାଣି ବନ୍ଦ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କିଛି ଦିନ ପାଇଁ ବନ୍ଦ ରହିଥିଲା । ଅଗଷ୍ଟ ୧୯ରେ ରକ୍ଷା ବନ୍ଧନ ପାଇଁ ଓ ୨୬ରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ରହିଥିଲା । ତେଣୁ ଏହି ଦୁଇଦିନ ଶୁଣାଣି ବନ୍ଦ ରହିଥିଲା । ରାଜଧାନୀର ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିୟମିତ ଭାବେ ଅଭିଯୋଗ ଶୁଣାଣି କରିଆସୁଛନ୍ତି । ଏହି ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଲକ୍ଷାଧିକ ଲୋକଙ୍କର ସମସ୍ୟାକୁ ସମାଧାନ କରିପାରିଛନ୍ତି ।

Get real time updates directly on you device, subscribe now.