ଭୁବନେଶ୍ୱର: ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ନଭେମ୍ବର ୧୮ ତାରିଖରେ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ସୂଚନା ଜାରି ହୋଇଛି। ଆସନ୍ତା ୧୮ ତାରିଖ ସୋମବାର ଦିନ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।
ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା।