ସମ୍ବଲପୁରରେ କାଲି ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କର ଜନଅଭିଯୋଗ ଶୁଣାଣ

ସମ୍ବଲପୁର: ସମ୍ବଲପୁରଠାରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ପାଇଁ ପ୍ରସ୍ତୁତି କରାଯାଇଛି । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ôଚବା ପରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ମୋଟ୍‍ ୧ ହଜାର ଲୋକଙ୍କର ଶୁଣାଣି କରାଯିବ । ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ମହାନଗର ନିଗମ କାର୍ଯ୍ୟାଳୟରେ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ପାଇଁ ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠିଗତ ଅଭିଯୋଗ ଅଧିକ ପଞ୍ଜୀକୃତ ହୋଇଛି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପୂଜାରୀ କହିଛନ୍ତି । ଏହି ଶିବିରରେ ୧୧ ଜଣ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ୧୦ଟି ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ ।