fbpx

ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ମାମଲା; ପ୍ରସଙ୍ଗ ଉଠାଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ BJD ବିଧାୟକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ମାମଲା । ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, “ସରକାରକୁ ଆସିବା ପୂର୍ବରୁ ନିଶାମୁକ୍ତ ମଦମୁକ୍ତ ଓଡ଼ିଶା ଗଠନ ପାଇଁ କହିଥିଲେ । ବିଜେପି ସରକାର ଆସିବା ପରେ କୌଣସି ବିଭାଗ ଓ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ନାହିଁ । ଆଇନ ମନ୍ତ୍ରୀ ବଡ ଠାକୁର ପଡ଼ିଯିବା ଘଟଣାରେ କୌଣସି କାର୍ଯାନୁଷ୍ଠାନ ହେଲାନି ।

ଅବକାରୀ ମନ୍ତ୍ରୀଙ୍କ ବିଭାଗର ଏତେବଡ ଘଟଣା ଘଟିଛି । କିନ୍ତୁ ସେ ଉଚ୍ଚ ଶିକ୍ଷା ବିଭାଗର ଛାତ୍ର ନିର୍ବାଚନ କଥା ବୁଲି ବୁଲି କହୁଛନ୍ତି । ଚୋରା ମଦ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ବିଭାଗ ଉପରେ ମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ । ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ପୂର୍ବରୁ କାଳନ୍ଦୀ ବେହେରା ଇସ୍ତଫା ଦେଇଥିଲେ ।” ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ବିଭାଗ ଉପରେ ମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ। ଦୁଇ ମାସରେ ଚୋରା ମଦ କାରବାର କୁ ନିୟନ୍ତ୍ରଣ କରି ପାରୁନାହାନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଅବକାରୀ ମନ୍ତ୍ରୀ । ଶୁନ୍ୟ କାଳରେ ପ୍ରସଙ୍ଗ ଉଠାଇ ଦାବି କଲେ ବିଜେଡି ବିଧାୟକ ।

Get real time updates directly on you device, subscribe now.