fbpx

ଅଭିଭାବକ ଧ୍ୟାନ ଦିଅନ୍ତୁ: ପିଲାମାନେ ପ୍ରାକୃତିକ ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି, ପ୍ରୋସେସଡ ଖାଦ୍ୟକୁ ନୁହେଁ, ଗବେଷଣା ତଥ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲାଙ୍କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଛୋଟ ପିଲାମାନେ ପ୍ରୋସେସଡ୍ ଖାଦ୍ୟ ଅପେକ୍ଷା ପ୍ରାକୃତିକ ଖାଦ୍ୟକୁ ଅଧିକ ପସନ୍ଦ କରିଥାନ୍ତି । ପ୍ରାକୃତିକ ଖାଦ୍ୟରେ ସ୍ୱାଦର ମାତ୍ରା, ସୁରକ୍ଷା ଅଧିକ ରହିଥିବାରୁ ଏହା ସେମାନଙ୍କୁ ଆକୃଷ୍ଟ କରିଥାଏ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ତେବେ ବୟସ୍କମାନେ ନ୍ୟାଚୁରାଲ ଫୁଡକୁ ପସନ୍ଦ କରନ୍ତି ବୋଲି ପୂର୍ବ ଗବେଷଣାରୁ ସ୍ପଷ୍ଟ ହୋଇଥିଲା । ମାତ୍ର ଶିଶୁ ଅବସ୍ଥାର ପ୍ରାରମ୍ଭିକ ଓ ମଧ୍ୟ ସ୍ତରର ପିଲାମାନେ ମଧ୍ୟ ପ୍ରାକୃତିକ ଫୁଡକୁ ପସନ୍ଦ କରନ୍ତି ବୋଲି ଗବେଷକମାନେ ମତ ଦେଇଛନ୍ତି । ଏହି ଅଧ୍ୟୟନ ପାଇଁ ୟୁନିଭରସିଟି ଅଫ୍ ଏଡିନବର୍ଗ ଓ ୟାଲେ ପକ୍ଷରୁ ୩୭୪ ଜଣ ଆଡଲ୍ଟ ଓ ଚିଲଡ୍ରେନଙ୍କୁ ସାମିଲ କରାଯାଇଥିଲା ।

ଗୋଟିଏ ଷ୍ଟଡିରେ ୧୦ ବର୍ଷରୁ ଅଧିକ ବୟସର ୧୩୭ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ଆଗରେ ୩ଟି ସେଓ ରଖାଯାଇଥିଲା । ସେଓଗୁଡ଼ିକ ମଧ୍ୟରୁ ଗୋଟିଏ ଫାର୍ମରେ, ଗୋଟିଏ ଲାବରେ ଓ ଅନ୍ୟଟି ଲାବ ତଳେ ଥିବା ଏକ ଗଛରେ ବଢ଼ିଥିଲା । ତେବେ ଛୋଟପିଲା ଓ ବୟସ୍କମାନେ ଫାର୍ମରେ ବଢ଼ିଥିବା ସେଓକୁ ପସନ୍ଦ କରିଥିଲେ । ସେହିପରି ଅନ୍ୟ ଏକ ଷ୍ଟଡିରେ ପିଲା ଓ ବୟସ୍କଙ୍କୁ କମଳା ଦିଆଯାଇଥିଲା । ଉକ୍ତ ଷ୍ଟଡିରୁ ମଧ୍ୟ ପିଲା ଓ ବୟସ୍କଙ୍କର ସମାନ ପସନ୍ଦ ଥିବା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.