fbpx

ଏଣିକି ଆଉ ଚାର୍ଜର ଦରକାର ନାହିଁ, ଏହି ଗୋଟିଏ ବ୍ୟାଟେରୀରେ ଫୋନ୍‌ ଚାଲିବ ୫୦ ବର୍ଷ!

ନୂଆଦିଲ୍ଲୀ: ଅନେକ ସମୟରେ ନୂତନ ଜ୍ଞାନକୌଶଳ ଯୋଗୁଁ ବିଭିନ୍ନ ନୂଆ ନୂଆ ଜିନିଷ ଉଦ୍ଭାବନ ହୋଇପାରୁଛି। ଏହି ନୂତନ ଜ୍ଞାନକୌଶଳରେ ଭାରତ ଦେଶ ବି କୌଣସି ଏଥିରେ ପଛରେ ନାହିଁ। ନିକଟରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ନୂଆ ରେକର୍ଡ କରିବା ସହ ବିଶ୍ୱକୁ ଚମକାଇ ଦେଇଥିଲା । ତେବେ ଏହି ନୂତନ ଜ୍ଞାନକୌଶଳ ଜରିଆରେ ଚାଇନା ଉଦ୍ଭାବନ କରିବାକୁ ଯାଉଛି ଏକ ବିକଶିତ ପରମାଣୁ ବ୍ୟାଟେରୀ।

ସୂଚନା ଅନୁଯାୟୀ, ନୂଆ ଟେକ୍ନୋଲୋଜି ଦ୍ୱାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ। ଚାଇନାରେ ଏକ ଷ୍ଟାର୍ଟ ଅପ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି। ଏନେଇ ଅନେକ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି। ତେବେ ଏଥିରେ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ରହିଥିବା କମ୍ପାନୀ କତୃପକ୍ଷ ଦାବି କରିଛି। ଏହା ବେଜିଂ ଭିତ୍ତିକ ବେଟାଭୋଲ୍ଟ ଦ୍ୱାରା ବିକଶିତ ପରମାଣୁ ବ୍ୟାଟେରୀ ବୋଲି କୁହାଯାଉଛି। ଏହି ବ୍ୟାଟେରୀ ମୁଦ୍ରାଠାରୁ ମଧ୍ୟ ଛୋଟ। ଏହାକୁ ଫୋନ ଏବଂ ଡ୍ରୋନ ପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।

ତେବେ ଏହା ବ୍ୟତୀତ ଏହି ନୂତନ ବ୍ୟାଟେରୀକୁ ନେଇ କମ୍ପାନୀ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିଛି। ଏହି ନୂତନ ବ୍ୟାଟେରୀ ଏକ ପତଳା ସ୍ତର ସଦୃଶ। ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ଶକ୍ତି ଉତ୍ପାଦନ କରିବା କ୍ଷମତା ରଖିଛି। ୨୦୨୫ ସୁଦ୍ଧା ଏହାକୁ ୧ ୱାଟର ବିଦ୍ୟୁତ୍‌ ଉତ୍ପାଦନ କରାଇବାରେ ଲକ୍ଷ୍ୟ ରଖାଯାଇଛି। ବର୍ତମାନ ଏନେଇ ଚାଇନା ପକ୍ଷରୁ ଅଧିକ ଗବେଷଣା ଚାଲିଥିବା ଜଣାପଡିଛି।

Get real time updates directly on you device, subscribe now.