fbpx

ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟକୁ ବିଜୟ ପାଇଁ ଅଭିନନ୍ଦନ । ଆମେ ଚାଇନା ଏବଂ ଭାରତ ମଧ୍ୟରେ ସୁସ୍ଥ ଏବଂ ସ୍ଥିର ସମ୍ପର୍କ ପାଇଁ ଆଶା କରୁଛୁ ” ଏହି ପରି କହି ଅଭିନ୍ଦନ ଜଣାଇଛନ୍ତି ୱାଙ୍ଗ ।

ମଙ୍ଗଳବାର ହୋଇଥିବା ଭୋଟ୍ ଗଣତିରେ ବିଜେପି ୨୪୦ଟି ଆସନରେ ବିଜୟୀ ହୋଇଛି । ତେବେ ଦଳ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ ବି ପୁଣି ଥରେ ସହଯୋଗୀ ଦଳମାନଙ୍କୁ ନେଇ ଏନଡିଏ ସରକାର ଗଠନ କରିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି ।

ବିଜେପିର ସହଯୋଗୀ ତେଲୁଗୁ ଦେଶମ ପାର୍ଟି ୧୬ଟି, ଜନତା ଦଳ (ୟୁନାଇଟେଡ୍) ୧୨ଟି ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ୫ଟି ଆସନରେ ବିଜୟୀ ହୋଇଛି । ସେହିପରି ବିରୋଧୀ କଂଗ୍ରେସ ଦଳ ୯୯, ସମାଜବାଦୀ ପାର୍ଟି ୩୭ ଓ ଟିଏମସି ୨୯ ଆସନରେ ବିଜୟୀ ହୋଇଛି ।

Get real time updates directly on you device, subscribe now.