fbpx

ଏଥର ସୁଧୁରିବ କି ଚୀନ ! ସାଂଘାଇରେ ଜୟ ଶଙ୍କରଙ୍କ ସହ ୱାଙ୍ଗ ୟିଙ୍କ ଦ୍ୱିପାକ୍ଷିକ ଆଲୋଚନା

Advertisement

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାଂଘାଇର ଏକ ସମ୍ମିଳନୀରେ ଦୁଇ ଦେଶର ମନ୍ତ୍ରୀ ସୀମା ବିବାଦକୁ ନେଇ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ପୂର୍ବ ଭାରତର ଲଦାଖରେ ୪ ବର୍ଷ ଧରି ଲାଗି ରହିଥିବା ବିବାଦ ଯୋଗୁଁ ଭାରତ ଏବଂ ଚୀନ ସମ୍ପର୍କ ଭଲ ନଥିଲା । ୫ ମେ’ ୨୦୨୦ ରେ ଲଦାଖର ବିବାଦ ପାଇଁ ଭାରତ- ଚୀନ ସମ୍ପର୍କ ବିଗିଡି ଯାଇଥିଲା । ଗାଲୱାନର ପାଙ୍ଗଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯାହା ଫଳରେ ଏପରି ପରିସ୍ଥିତି ଉପୁଜିଥିଲା ।

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ୱାଙ୍ଗ ୟିଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ, ସୀମାରେ ଲାଗୁଥିବା ସମାଧାନ ଉପରେ ସେ ଦୁଇପାକ୍ଷିକ ଆଲୋଚନା କରିଛନ୍ତି । ଏଲଏସି ବିବାଦରେ ଶାନ୍ତି ପ୍ରତିଷ୍ଠା କରିବା ସହ ତାକୁ ସମ୍ମାନ ଦେବା ବିଷୟରେ ମଧ୍ୟ ଆଲୋଚନା ହୋଇଛି ।

ସେହିପରି କାଜାକିସ୍ତାନରେ ଆୟୋଜିତ ସଂଘାଇ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶୀହାବାଜ ସରିଫ ଏହି ଶିଖରରେ ଅଂଶଗ୍ରହଣ କରିଥିଲେ । ଭାରତ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ନ ହୋଇଥିବାରୁ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଏହି ଶିଖରରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.