fbpx

ଆଜି ଚକୋଲେଟ୍‌ ଡେ’, ଚକୋଲେଟ୍‌ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ ପ୍ରେମୀଯୁଗଳ

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ) :  ସରିଲା ରୋଜ ଡେ, ଆଉ ପ୍ରପୋଜ୍‌ ଡେ’ । ପ୍ରେମର ମିଠା ମିଠା ପ୍ରତିଶ୍ରୁତି ପରେ ତା’ ପରଦିନ ଅର୍ଥାତ୍‌ ବୁଧବାର ଦିଆନିଆ ହୋଇଥାଏ ଚକୋଲେଟ୍‌ । ଆଜି ହେଉଛି ଚକୋଲେଟ୍‌ ଡେ । ଏଥିପାଇଁ ପ୍ରେମୀଯୁଗଳ ବିଭିନ୍ନ ଦାମୀ ଚକୋଲେଟ୍‌ ନିଜ ପ୍ରେମିକାଙ୍କୁ ଉପହାର ଆକାରରେ ଦେଇଥାନ୍ତି ଏବଂ ନିଜ ହାତରେ ପ୍ରେମିକାକୁ ଖୁଆଇଥାଆନ୍ତି । ତା’ ସହିତ ସାରା ଜୀବନ କିଭଳି ମିଠା ମିଠା କଥା କହି ପ୍ରେମିକାର ହୃଦୟ ଜିତିବ ତାକୁ ନେଇ ଆରମ୍ଭ ହୁଏ ପ୍ଲାନିଂ । ରାଗ ଅଭିମାନ ଭରା କଥା ସହିତ ପୁରୁଣା ଦିନରେ ହୋଇଥିବା ଝଗଡ଼ାକୁ ଭୁଲି କିଭଳି ଭାବେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଦୃଢ଼ ହେବ ସେ ନେଇ ହୁଏ ଆଲୋଚନା ଓ ପର୍ଯ୍ୟାଲୋଚନା । ପ୍ରେମିକ ମଧ୍ୟ ପ୍ରେମିକାର ମନ ଜିଣିବା ଲାଗି ବହୁତ କିଛି କୁହେ । ସାରା ଜୀବନ ତୁମ ସହ ରହିବି…. ତୁମ ଛଡ଼ା ଆଉ କାହାକୁ ମୋ ଜୀବନରେ ସ୍ଥାନ ଦେବିନି…. । ପ୍ରେମର ବନ୍ଧନ ବାନ୍ଧିବା ସହ ମନ ଭିତରେ ଥିବା ଅକୁହା କଥା ସବୁ ପରି ପ୍ରକାଶ କରିବାକୁ ଏହା ସବୁଠୁ ଭଲ ସୁଯୋଗ । ଦୀର୍ଘଦିନରୁ ଏ ଦିନଟିକୁ ଅପେକ୍ଷା କରି ରହିଛନ୍ତି ପ୍ରେମୀମାନେ ।

Get real time updates directly on you device, subscribe now.