fbpx

ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍ଟ ପ୍ରକାଶ: ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ

Advertisement

ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ ଓ ୩୭ ଜଣ ଆଇଏଫଏସ ଲାଗି ଯୋଗ୍ୟ ହୋଇଛନ୍ତି । ଏଥିରେ ଶ୍ରୁତି ଶର୍ମା ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ସେହିପରି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ ୬୩ତମ ସ୍ଥାନ ହାସଲ କରିଛନ୍ତି । ୨୩୨ ରାଙ୍କରେ ବିଶ୍ୱ ବିଶ୍ରୁତି ତ୍ରିପାଠୀ ରହିଛନ୍ତି । ୨୭୩ ରାଙ୍କରେ ସମୀର କୁମାର ଜେନା, ୩୦୬ ରାଙ୍କରେ ସୌମ୍ୟରଞ୍ଜନ ପ୍ରଧାନ, ୩୭୬ ରାଙ୍କରେ ହର୍ଷିତ ମେହେର, ୫୧୩ ରାଙ୍କରେ ମାନସ ରଞ୍ଜନ ସାହୁ ରହିଛନ୍ତି ।

ପରୀକ୍ଷାର୍ଥୀମାନେ Upsc.gov.in ବା upsconline.nic.in ସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିବା ପାଇଁ ଅଫିସିଆଲ୍ PDF ଡାଉନଲୋଡ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଅନୁସରଣ କରିପାରିବେ ।

୧- ଫଳାଫଳ ଜାଣିବା ପାଇଁ UPSCର ଅଫିସିଆଲ୍ ୱେବସାଇଟ୍ ଯଥା upsc.gov.in କିମ୍ବା upsconline.nic.in ଖୋଲିବା ଜରୁରୀ।

୨- ଏହା ପରେ ହୋମ୍ ପେଜରେ “UPSC CSE Final Result 2021.” ଲିଙ୍କରେ କ୍ଲିକ୍ କରନ୍ତୁ ।

୩- ଆପଣଙ୍କୁ ପେଜରେ PDF ଫଳାଫଳ ଦେଖାଯିବ ।

୪- ଏହା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଜର ରୋଲ୍ ନମ୍ବର ସ୍କାନ୍ କରିବା ଅପସନ ଆସିବ ।

୫- ପ୍ରାର୍ଥୀମାନେ ସ୍କ୍ରଲିଂ କରି ନିଜର ରୋଲ୍ ନମ୍ବର ପାଇପାରିବେ ।

Get real time updates directly on you device, subscribe now.