fbpx

ଆଧୁନିକତା ମଧ୍ୟରେ ପୁଣି ବଢୁଛି ମାଟି ବାସନର ଚାହିଦା, ମାଟି ପାତ୍ରର ବ୍ୟବହାରରୁ ମିଳୁଛି ଅନେକ ଫାଇଦା

Advertisement

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଆଧୁନିକତା ଏବଂ ଫ୍ୟାଶନର ଦ୍ରୁତ ବୃଦ୍ଧିରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିଠାରୁ ଅଧିକ ଦୂରେଇ ଯାଉଛନ୍ତି । ଏଥି ପାଇଁ ମଣିଷ ସେହି ଜିନିଷଗୁଡ଼ିକରୁ ଦୂରେଇ ଯାଇଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଥିଲା, କିନ୍ତୁ ରୋଗ ପୁଣି ଥରେ ଲୋକଙ୍କୁ ପ୍ରାକୃତିକ ଜିନିଷ ସହିତ ସଂଯୋଗ କରିବାକୁ ଶିକ୍ଷା ଦେଉଛି । ୱାଟର କୁଲର, ଗ୍ରଇଣ୍ଡ୍ର, ଷ୍ଟିଲ ଏବଂ ପ୍ଲାଷ୍ଟିକ ବ୍ୟବହାର କରୁଥିବା ସେହି ଲୋକମାନେ ବର୍ତ୍ତମାନ ମାଟି ହାଣ୍ଡି, ସିଳବଟା, ଲୁହା ବାସନ ଏବଂ ତମ୍ବା ବୋତଲ ପ୍ରତି ଆକର୍ଷିତ ହେଉଛନ୍ତି ।

ଆଜିକାଲି, ମାଟି ବାସନର ବହୁତ ଚାହିଦା ଦେଖିବାକୁ ମିଳୁଛି । ପ୍ରାୟ ୪ ଦଶନ୍ଧି ପୂର୍ବରୁ ହାଣ୍ଡି ମାଠିଆ, ସୁରେଇ, ମାଟି ଚୁଲି ଏବଂ ଅନ୍ୟାନ୍ୟ ବାସନକୁସନ ବହୁଳ ଭାବରେ ବ୍ୟବହୃତ ହେଉଥିଲା, କିନ୍ତୁ ସମୟ ବଦଳିବା ସହିତ ୱାଟର କୁଲର, ଫ୍ରିଜ୍‌, ଗ୍ୟାସ୍‌ ଚୁଲା, ପ୍ଲାଷ୍ଟିକ୍‌, ଆରୋ ସେମାନଙ୍କ ଜାଗା ନେଇଗଲା । ତେବେ, ବର୍ତ୍ତମାନ ପୁଣି ଥରେ ଲୋକମାନଙ୍କ ମଧ୍ୟରେ ମାଟି ବାସନର ଚାହିଦା ଦେଖିବାକୁ ମିଳୁଛି ।

ପୋଷକ ତତ୍ତ୍ୱରେ ଭରପୁର

ମାଠିଆ ଏବଂ ସୁରେଇରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଏହା କେବଳ ଥଣ୍ଡା ହୋଇନଥାଏ ବରଂ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ ଏବଂ ଏହାର ସ୍ୱାଦ ମଧ୍ୟ ମଧୁର ହୋଇଥାଏ । ମାଟିରେ ନାଇଟ୍ରୋଜେନ୍‌, ଫସଫରସ୍‌, ପୋଟାଶ୍‌, କ୍ୟାଲସିୟମ୍‌, ସଲଫର୍‌ ଏବଂ ମ୍ୟାଗ୍ନେସିୟମ୍‌ ଭଳି ଉପାଦାନ ରହିଥାଏ, ଯାହା ଶରୀରକୁ
ଅନେକ ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତି ମଧ୍ୟ ଦେଇଥାଏ ।

ଶରୀରକୁ ମିଳିଥାଏ ୧୦୦% ପୋଷକ ତତ୍ତ୍ୱ

ଆଲୁମିନିୟମ ବାସନରେ ରାନ୍ଧିବା ଦ୍ୱାରା ୮୭% ପୋଷକ ତତ୍ତ୍ୱ, ପିତ୍ତଳରେ ୭% ପୋଷକ ତତ୍ତ୍ୱ ଏବଂ କଂସା ବାସନରେ ଏହାର ୩% ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । କେବଳ ମାଟିାତ୍ରଗୁଡ଼ିକରେ ରୋଷେଇ କରିବା ଦ୍ୱାରା ୧୦୦% ପୋଷକ ତତ୍ତ୍ୱ ଶରୀରକୁ ମିଳିଥାଏ । ଏଥି ସହିତ, ଏଥିରେ ରନ୍ଧା ଯାଇଥିବା
ଖାଦ୍ୟ ଅନ୍ୟ ବାସନ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ହୋଇଥାଏ ।

ମାଟି ବାସନରେ ରାନ୍ଧିବାର ଫାଇଦ

୧. ମାଟି ବାସନରେ ଖାଇବା ପିଇବା କାରଣରୁ କୋଷ୍ଠକାଠିନ୍ୟ, ଅମ୍ଳତା ସମସ୍ୟା ହୋଇନଥାଏ । ଏହାର କ୍ଷାରୀୟ ଗୁଣ ମଧ୍ୟ ଶରୀରରେ pH ସ୍ତରକୁ ମଧ୍ୟମ ରଖିଥାଏ ।
୨. ଏହା ଶରୀରରେ କ୍ୟାନ୍ସର ଆଶଙ୍କା ଦୂର କରିଥାଏ।
୩. ଆପଣ ଖାଦ୍ୟକୁ ମାଟି ବାସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିାରିବେ କାରଣ ଏହା ଖାଦ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିଥାଏ ।
୪. ମାଟି ପାତ୍ର ଜଳକୁ ଶୁଦ୍ଧ କରିବା ପାଇଁ କାମ କରିଥାଏ ।

Get real time updates directly on you device, subscribe now.