fbpx

ମୃତ୍ୟୁର ୯୦ ମିନିଟ୍ ପରେ ଅଚାନକ୍ ଜୀବିତ ହୋଇଗଲେ ବ୍ୟକ୍ତି! କହିଲେ –ମରିବା ପରେ କ’ଣ କ’ଣ ହେଲା

ମରିବା ପରେ କ’ଣ ହୁଏ ? ଏହି ପ୍ରଶ୍ନ ବୋଧହୁଏ ସମସ୍ତ ମଣିଷଙ୍କ ମନରେ ଆସୁଥିବ ଓ ଏହାର ଉତ୍ତର ଜାଣିବାକୁ ଆପଣ ମଧ୍ୟ ଚେଷ୍ଟା କରିଥିବେ । ଏହି ପ୍ରଶ୍ନର ଉତ୍ତର ଜାଣିବା ଏତେ ସହଜ ନୁହେଁ, ଯେତେ ଆମକୁ ଲାଗୁଛି । କାରଣ ମୃତ୍ୟୁ ପରେ ଦୁନିଆ ଛାଡ଼ି ଚାଲିଯାଇଥିବା ଲୋକ କେବେ ବି ଆସି ଆପଣଙ୍କୁ କହିନଥାଏ କି ମୃତ୍ୟୁ ବେଳେ ତାଙ୍କୁ କିପରି ଅନୁଭବ ହୋଇଥିଲା । ଅବଶ୍ୟ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ମେଡିକାଲରେ ମୃତ ଘୋଷଣା କରାଯାଇଥିଲେ ବି ସେମାନଙ୍କୁ ହୋସ୍ ଆସିଯାଏ । ଏପରି ଏକ ଘଟଣା ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ସହ ଘଟିଛି, ଯେ କି ମରିବାର ୯୦ ମିନିଟ ପରେ ପୁଣିଥରେ ଜୀବିତ ହୋଇଥିଲେ ।

ଏହା ଆପଣଙ୍କୁ କୌଣସି ଫିଲ୍ମ ଷ୍ଟୋରୀ ପରି ଲାଗିବ, ଯେଉଁଠି ଜଣଙ୍କର ମୃତ୍ୟୁ ପରେ ସେ ଜୀବିତ ହୋଇଯାଏ । ରିପୋର୍ଟ ଅନୁସାରେ, ଜାନୁଆରୀ ୨୦୧୯ରେ ୬୧ ବର୍ଷୀୟ ଏଲିଷ୍ଟେୟାର ବ୍ଲେକ୍ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ସହ ରୁମରେ ଶୋଇଥିଲେ । । ସେବେ ଅଚାନକ୍ ତାଙ୍କୁ ହାଟ୍ ଆଟାକ୍ ଆସିଥିଲା । ୩୫ ବର୍ଷର ବାହାଘରରେ ବୋଧହୁଏ ମେଲିଣ୍ଡାଙ୍କ ପାଇଁ ଏହା ପ୍ରଥମଥର ଥିଲା, ଯେତେବେଳେ ସେ ଅଧିକ ଡରି ଯାଇଥିଲେ । କିନ୍ତୁ ସେ ଚେତା ନହରାଇ ସ୍ୱାମୀଙ୍କୁ ସିପିଆର ଦେଇଥିଲେ, ଯାହାଫଳରେ ତାଙ୍କୁ ହୋସ୍ ଆସିଯିବ । ଏହାରି ମଧ୍ୟରେ ସେ ଆମ୍ବୁଲାନ୍ସକୁ ମଧ୍ୟ କଲ୍ କରିଥିଲେ ।

ଏଲିଷ୍ଟେୟାର ହୋସ୍ ହରାଇଥିଲେ ଓ ୨୦ ମିନିଟ୍ ପର୍ଯ୍ୟନ୍ତ ସିପିଆର ଦେବାପରେ ଯେବେ ମେଡିକାଲରେ ପହଞ୍ଚିଥିଲେ, ତାଙ୍କୁ ମୃତ ଭାବରେ ଦେଖିବାକୁ ପାଇଥିଲେ ଡାକ୍ତର । ହାଟ୍ ବିଟ୍ ବନ୍ଦ ହୋଇଯାଇଥିବାରୁ ସିପିଆର ଓ ୮ଥର ଶକ୍ ଦିଆଯାଇଥିଲା । ପ୍ରାୟ ୯୦ ମିନିଟ୍ ପରେ ତାଙ୍କର ଏକ ପଲ୍ସ ମିଳିଥିଲା । ଏଲିଷ୍ଟେୟାର ତାଙ୍କ ବୟାନରେ କହିଛନ୍ତି ଯେ, ମେଡିକାଲରେ ହିସାବରେ ୯୦ ମିନିଟ ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର କେବଳ ଏତିକି ମନେ ଥିଲା ଯେ, ଶନିବାର ରାତିରେ ଶୋଇବାକୁ ଯାଇଥିଲେ ଓ ତାଙ୍କର ଆଖି ସିଧାସଳଖ ଗୁରୁବାର ଦିନ ଖୋଲିଥିଲା, ଯେତେବେଳେ ତାଙ୍କୁ ଆଇସିୟୁରୁ କରୋନାରୀ କେୟାରକୁ ଦିଆଯାଉଥିଲା ।

ମୃତ୍ୟୁ ପରେ କ’ଣ ହେଲା?
ଏଲିଷ୍ଟେୟାର କହିଛନ୍ତି ଯେ, ‘ମୋ ସହ ସେହିକିବେଳେ କ’ଣ ହୋଇଥିଲା, ତାହା ମସ୍ତିଷ୍କ ସମୂର୍ଣ୍ଣ ଭାବେ ବ୍ଲକ କରିଥିଲା । ମୃତ୍ୟୁର ୯୦ ମିନିଟ ପର୍ଯ୍ୟନ୍ତ କ’ଣ ଦେଖିଲି ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି । ସତ ହେଉଛି କି, ଅନ୍ଧାର ବ୍ୟତୀତ କିଛି ଦୃଶ୍ୟ ହେଉନଥିଲା । ମୁଁ ନା କୌଣସି ଆଲୋକ ଦେଖିଛି ନା କୌଣସି ଫଟୋ, ଯେପରି ଅନ୍ୟଲୋକମାନେ କହିଛନ୍ତି ।’ ଏହି ଦୁର୍ଘଟଣା ପରେ ତାଙ୍କୁ ପେସମେକର୍ ଲଗାଯାଇଥିଲା ଏବଂ ତାର ଧମନୀ ସଫା କରାଯାଇଥିଲା । ବର୍ତ୍ତମାନ ସେ ନିଜ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି ଏବଂ ସେ ତାଙ୍କର ଖାଇବା ଅଭ୍ୟାସରେ ମଧ୍ୟ ଅନେକ ପରିବର୍ତ୍ତନ କରିଛନ୍ତି ।

Get real time updates directly on you device, subscribe now.