ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା, ପୁଣି ଖୋଲିବ ବନ୍ଦ ସ୍କୁଲ!

ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗ । ସିଡ୍ୟୁଲ୍ ଏରିଆରେ ସର୍ବନିମ୍ନ ୨୦ ପିଲା ଥିଲେ ଖୋଲିବ ସ୍କୁଲ ।

ଭୁବନେଶ୍ବର: ବନ୍ଦ ସ୍କୁଲକୁ ନେଇ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲେ । ସମୁଦାୟ 5632 ସ୍କୁଲକୁ ମିଶ୍ରଣ କରିଥିଲେ ପୂର୍ବ ସରକାର । 2152 ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି ।

ସିଡ୍ୟୁଲ ଏରିଆରେ 20 ପିଲା ରହିଥିଲେ ଏବଂ ନନସିଡ୍ୟୁଲ ଏରିଆରେ 40 ପିଲା ରହିଥିଲେ ବନ୍ଦ ସ୍କୁଲ ଖୋଲିଯିବ ବୋଲି ଗୃହରେ ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ପ୍ରକାଶଥାଉକି, ପୂର୍ବରୁ ଅନେକ ସ୍କୁଲକୁ ବନ୍ଦ କରିଦେଇଥିଲେ ପୂର୍ବ ସରକାର । ଛାତ୍ରଛାତ୍ରୀଙ୍କ ଉପସ୍ଥାପନାକୁ ନେଇ ଅନେକ ସ୍କୁଲ ମିଶ୍ରଣ କରିଥିଲେ । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଥିଲା ।

ଅନେକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ମଧ୍ୟ କରିଥିଲେ । ବର୍ତ୍ତମାନ ପିଲା ସଂଖ୍ୟା ଦେଖି ସ୍କୁଲ ଖୋଲାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।