fbpx

ହିମାଚଳ ପ୍ରଦେଶ ରାମପୁରରେ ଫାଟିଲା ବାଦଲ; ଭାଙ୍ଗିଲା ରାସ୍ତା ଓ ପୋଲ, ଯୋଗାଯୋଗ ବିଛିନ୍ନ

ଶିମଲା: ହିମାଚଳ ପ୍ରଦେଶ ରାମପୁରରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଥିଲା । ଶିମଲାର ରାମପୁର ଠାରେ ବାଦଲ ଫାଟିବା ଯୋଗୁଁ ତକଲେଚ୍‌(Taklech) ଗାଁରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଅଞ୍ଚଳରେ ପ୍ରାୟ ୩୦ ମିଟର ରାସ୍ତା କ୍ଷତିଗ୍ରସ୍ତ ହେବା ଯୋଗଁ ସ୍ଥାନୀୟ ପ୍ରଶାସନ କ୍ଷତିଗ୍ରସ୍ତ ଅଞ୍ଚଳକୁ ପହଞ୍ଚିପାରିନଥିଲେ ।

ଡେପୁଟି କମିଶନର ଅନୁପମ କଶ୍ୟପଙ୍କ କହିବାନୁଯାୟୀ ତକଲେଚ୍ ଗାଁରେ ବାଦଲ ଫାଟିବା ଖବର ପାଇ ତୁରନ୍ତ ରାମପୁର ଏସଡିଏମ ନିଶାନ୍ତ ତୋମାରଙ୍କ ନେତୃତ୍ୱରେ ଏକ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନ ଜୀବନ ହାନି ହୋଇଥିବା ସୂଚନା ମିଳି ନାହିଁ । କିନ୍ତୁ ସେଠାରେ ଏକ ୩୦ ମିଟର ରାସ୍ତା ଭାଙ୍ଗିଯାଇଛି ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । କିଛି ଗ୍ରାମବାସୀ ଜୀବନ ବଞ୍ଚାଇ ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶିମଲା, ମଣ୍ଡି, କୁଲ୍ଲୁ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଉନା ଜିଲ୍ଲାରେ ଉନା-ସନ୍ତୋଷଗଡ଼ ରୋଡ୍ ସ୍ଥିତ ରାମପୁର ପୋଲ ଭାଙ୍ଗିଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ଡାଇଭର୍ଟ କରାଯାଇଛି । ସେହିପରି ମନାଲିରେ ଅଟଲ ଟନଲ ଧୁନ୍ଧି ନିକଟରେ ଭୂସ୍ଖଳନ କାରଣରୁ ଲେହ-ମନାଲି ଜାତୀୟ ରାଜପଥ ବନ୍ଦ ରହିଛି ।

Get real time updates directly on you device, subscribe now.