fbpx

ବିଧାୟକ ବିଷ୍ଣୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୬/୭(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଲୋକପ୍ରିିିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ ବୋଲି  ନବୀନ କହିଛନ୍ତି।

ବିଧାୟକ ବିଷ୍ଣୁଚରଣ ଦାସଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ରାଜ୍ୟସଭାକୁ ବିଜେଡି ସାଂସଦ ଭାବେ ସେ  ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ଜିଲ୍ଲାରୁ ୬ ଥର ବିଧାୟକ ହୋଇଥିଲେ ବିଷ୍ଣୁ ଦାସ ।

Get real time updates directly on you device, subscribe now.