fbpx

କୋଭିଡ଼ ମୁକାବିଲା ନେଇ ବିଧାୟକଙ୍କୁ କଣ କହିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ

ଭୁବନେଶ୍ୱର, ୧ା୭(ଓଡ଼ିଶା ଭାସ୍କର): କୋଭିଡ଼ ମୁକାବିଲା ନେଇ ବିଜେଡ଼ି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦବୋଧନ ଦେଇ କହିଛନ୍ତି ଯେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି । ଲୋକଙ୍କ ସହଯୋଗ, ଜନପ୍ରତିନିଧି, କର୍ମଚାରୀଙ୍କ ପରିଶ୍ରମର ଏହା ଫଳ ବୋଲି ସେ କହିଛନ୍ତି । ଅନ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ମଧ୍ୟ କମ ଅଛି । କରୋନା ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆମେ ପହଞ୍ଚିଛେ । କରୋନା ମହାମାରୀ ସାଧାରଣ ଜୀବନରେ ବଡ଼ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବ ଅପେକ୍ଷା ଲୋକଙ୍କ ଅଧିକ ସେବା କରିବାକୁ ପଡ଼ିବ । ପ୍ରତି ଅଞ୍ଚଳରେ ଥିବା ଆମ କର୍ମୀ କୋଭିଡ଼ ଯୁଦ୍ଧରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଜୀବନଜୀବିକା, ଦକ୍ଷତାବିକାଶ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ହେବ ବୋଲି ସେ କହିଛନ୍ତି । ଏହି ଯୁଦ୍ଧରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ଆପଣଙ୍କ ନେତୃତ୍ୱ ଉପରେ ଲୋକଙ୍କ ଭରସା ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.