fbpx

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ଉଦବୋଧନ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଓଡିଆ ଜାତି ହେଉଛି ଏକ ମହାନ ଜାତି ।   ଉତ୍କଳମଣି ଗୋପବନ୍ଧୁ ଦାସ ଆମ ସ୍ୱାଭିମାନର ପ୍ରତୀକ । ମହାନ ବୀରପୁତ୍ରମାନେ ଆମର ଶ୍ରେଷ୍ଠ ପରିଚୟ । ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ନିଜ ପରିବାର ଓ ବାପାମାନଙ୍କ ପ୍ରତି ଥିବା ଦାୟିତ୍ୱକୁ ଭୁଲନ୍ତୁ ନାହିଁ । ଛାତ୍ରମାନେ ହେଉଛନ୍ତି ନୂଆଯୁଗର ସାରଥୀ ।’ ସୋସିଆଲ ମିଡିଆରେ ଭୁଲ ସୂଚନା ପ୍ରତି ଜାଗତିଆର ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.