fbpx

ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯିବା ସହ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ପ୍ରସ୍ତୁତ କରି ରଖାଯାଇଛି । ଦର୍ଶକ କିଭଳି ସମସ୍ତ ଗ୍ୟାଲେରୀ ଠିିକ୍ ଭାବେ ଖେଳ ଉପଭୋଗ କରିପାରିବେ ଓ ସହଜରେ ପ୍ରସ୍ଥାନ କରିପାରିବେ ସେନେଇ ଦୃଷ୍ଟି ଦିଆଯାଇଛି ।

ତେବେ ବାରବାଟୀରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଆୟୋଜନ ହେବା ଓଡ଼ିଶା ପାଇଁ ଏକ ଗର୍ବର କଥା । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି । ଏହି ଅବସରରେ ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ)ର କିଛି ଅଫିସିଆଲ ଅଧିକାରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ପ୍ରଦାନ କରିଥିଲେ ।

ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ ସେକ୍ରେଟାରୀ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇଥିଲେ । ୫ଟି ସଚିବ ଭିକେ ପାଣ୍ଡିଆନ ଏହି ପରିପ୍ରେକ୍ଷୀରେ ସେଠାରେ ଉପସ୍ଥିତ ଥିଲେ । ଓସିଏ ସେକ୍ରେଟାରୀ ସଞ୍ଜୟ ମୁଖ୍ୟମନ୍ତ୍ରୀଙ୍କ ଟିକେଟ ବିକ୍ରି ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.