fbpx

କମେଡି କିଙ୍ଗଙ୍କୁ ହସାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମେଡି କିଙ୍ଗ କପିଲ ଶର୍ମା ଓ ନନ୍ଦିତା ଦାସ । ନିଜର ସିନେମା ଶୁଟିଂ ପାଇଁ ଭୁବନେଶ୍ୱରରେ ଥିବା କପିଲ ନନ୍ଦିତା ଦାସଙ୍କ ସହିତ ମିଶି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ । ଏହି ଭେଟ ସମୟରେ ଉଭୟ କପିଲ ଏବଂ ମୁଖ୍ୟମନ୍ତ୍ରୀ ବେଶ ହସୁଥିବାର ଦେଖିବାକୁ ମିଳିଥିଲା । ସର୍ବଦା ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଇଣ୍ଟରଭ୍ୟୁ ନେଉଥିବା କପିଲ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ । କପିଲ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ବର୍ତ୍ତମାନ ଭୁବନେଶ୍ୱରରେ ରହିଛନ୍ତି ।

କଳାତ୍ମକ ଫିଲ୍ମ ନିର୍ମାଣ ପାଇଁକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ନନ୍ଦିତା ଦାସ ଏବେ କପିଲ ଶର୍ମାଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ କପିଳ ଜଣେ ଡେଲିଭରୀ ବୟ ଭୂମିକାରେ ନଜର ଆସିଛନ୍ତି । ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ନନ୍ଦିତା ଓ କପିଲଙ୍କୁ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆର ଏକ ଜର୍ସି ପ୍ରଦାନ କରିଥିଲେ । ନାମ ନିର୍ଦ୍ଧାରିତ ହୋଇନଥିବା ଉକ୍ତ ଫିଲ୍ମରେ କପିଲ ଶର୍ମାଙ୍କ ବ୍ୟତିତ ଶାହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ରହିବେ । ଶାହାନା କପିଲଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି ନନ୍ଦିତା ସ୍ପଷ୍ଟ କରିଛନ୍ତି । ଫିରାକ ପରେ ଦ୍ୱିତୀୟ ଥର ପାଇଁ ନନ୍ଦିତାଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଶାହାନା ଗୋସ୍ୱାମୀ ।

Get real time updates directly on you device, subscribe now.