fbpx

‘ମାଟିରେ ମିଶାଇ ଦେବୁ’ – ଗ୍ୟାଙ୍ଗଷ୍ଟର ଅତିକ ପୁଅ ଆସାଦର ଏନକାଉଣ୍ଟର ପରେ ସିଏମ୍ ଯୋଗୀଙ୍କ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଉମେଶ ପାଲ ହତ୍ୟା ମାମଲାରେ ଗୁରୁବାର ଦିନ ୟୁପି ପୋଲିସ ଗ୍ୟାଙ୍ଗଷ୍ଟର ଅତିକ ପୁଅ ଆସାଦକୁ ଏନକାଉଣ୍ଟର କରିଛି । ତେବେ ଏହି ଏନକାଉଣ୍ଟର ପରେ ୟୁପି ର ସିଏମ୍ ଯୋଗୀ ଆଦତ୍ୟନାଥଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସେ ଧମକ ଦେଇ କହୁଛନ୍ତି ମାଟିରେ ମିିଶାଇ ଦେବୁ । ବିଧାନସଭାର ଏକ କାର୍ଯ୍ୟକାଳରେ ପ୍ରତିକ୍ରିୟା ଦେଇ ଗ୍ୟାଙ୍ଗଷ୍ଟର ଅତିକକୁ ଧମକ ଦେଇ ଯୋଗୀ କହିଥିଲେ ଯେ ଉମେଶ ପାଲ ହତ୍ୟାକାଣ୍ଡର ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଛାଡିବୁ ନାହିଁ । ମାଟିରେ ମିଶାଇ ଦେବୁ । ତାହା ସେ କରିକି ଦେଖିଛନ୍ତି । ଲୋକମାନେ ତାଙ୍କର ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ୟୁପି ସିଏମ ଯୋଗୀଙ୍କ ବିବୃତ୍ତିରେ ଟୁଇଟ୍ କରୁଛନ୍ତି।

ସୂଚନାଯୋଗ୍ୟ, ଉମେଶପାଲ ହତ୍ୟାକାଣ୍ଡର ଅଭିଯୁକ୍ତ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଅତିକର ପୁଅ ଆସାଦକୁ ୟୁପୁ ପୋଲିସ ଆଜି ଏନକାଉଣ୍ଟର କରିଛି । ଏଥିରେ ଆସାଦ ସମେତ ସୁଟର ଗୁଲାମ ମହମ୍ମଦଙ୍କୁ ହତ୍ୟା କରାଯାଇଛି । ଏହି ଏନକାଉଣ୍ଟର ଜାନସିର ବାରାଗାଓଁର ପାରଳା ଡ୍ୟାମ ନିକଟରେ ହୋଇଥିଲା। ଉଭୟଙ୍କ ମୁଣ୍ଡରେ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ଉଭୟଙ୍କ ନିକଟରୁ ବିଦେଶୀ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଅସଦଙ୍କ ଏନକାଉଣ୍ଟର ହେବା ମାତ୍ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଏନକାଉଣ୍ଟର ପରେ ଉମେଶ ପାଲଙ୍କ ମାତା ଶାନ୍ତି ଦେବୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ନ୍ୟାୟ ପାଇବା ପାଇଁ ମୁଁ ସିଏମ ଯୋଗୀ ଜୀଙ୍କୁ ଧନ୍ୟବାଦ ଦେଉଛି ଏବଂ ଆମକୁ ଆହୁରି ନ୍ୟାୟ ଦେବା ପାଇଁ ତାଙ୍କୁ ନିବେଦନ କରୁଛି। ଶାନ୍ତି ଦେବୀ କହିଛନ୍ତି ଯେ ଏହା ମୋ ପୁଅ ପାଇଁ ଏହା ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି ।

Get real time updates directly on you device, subscribe now.