fbpx

ପୁଣି ମହଙ୍ଗା ମାଡ଼! କେଜି ପିଛା ୮-୧୨ ଟଙ୍କା ବଢ଼ିପାରେ ସିଏନଜି…

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ସହୁଥିବା ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିପାରେ । ପ୍ରକୃତରେ ନାଚୁରାଲ ଗ୍ୟାସ୍ ଦାମରେ ରେକର୍ଡ ବୃଦ୍ଧି ପରେ ସିଏନଜି ଦର ୮ ରୁ ୧୨ ଟଙ୍କା ପ୍ରତି  କିଲୋ ମହଙ୍ଗା ହୋଇପାରେ । ରୋଷେଇ ଗ୍ୟାସ୍ ମଧ୍ୟ ପ୍ରତି ୟୁନିଟ୍ ପିଛା ୬ ଟଙ୍କା ଲେଖାଏଁ ବୃଦ୍ଧିପାଇପାରେ । ଏପରି କିଛି ଆକଳନ କରିଛନ୍ତି ବିଶ୍ଲେଷକ ।

ସରକାର ଗତ ସପ୍ତାହରେ ପୁରୁଣା ଗ୍ୟାସ୍ ଉତ୍ପାଦନ କ୍ଷେତ୍ରରୁ ଉତ୍ପାଦିତ ଗ୍ୟାସ୍ ପାଇଁ ଦେବାକୁ ପଡ଼ୁଥିବା ଦରକୁ ୬.୧ ଡଲାର ପ୍ରତି ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ୍ ରୁ ବଢ଼ାଇ ୮.୫୭ ଡଲାର ପ୍ରତି ୟୁନିଟ୍ କରିଛନ୍ତି । ସେହିଭଳି କଷ୍ଟସାଧ୍ୟ କ୍ଷେତ୍ରରୁ ଉତ୍ପାଦିତ କରାଯାଉଥିବା ଗ୍ୟାସର ଦାମ୍ ୯.୯୨ ଡଲାରରୁ ବଢ଼ାଇ ୧୨.୬ ଡଲାର ପ୍ରତି ୟୁନିଟ୍ କରିଛନ୍ତି । ଏହି ଦର ଆଧାରରେ ଦେଶରେ ଉତ୍ପାଦିତ ଗ୍ୟାସ୍ କୁ ପ୍ରାୟ ଦୁଇ-ତୃତୀୟାଂଶ ଭାଗରେ ବିକ୍ରି କରାଯାଇଥାଏ ।

ପ୍ରାକୃତିକ ଗ୍ୟାସ୍ ସାର ତିଆରି କରିବା ସହ ବିଜୁଳି ଉତ୍ପାଦନ କରିବା ପାଇଁ ଏକ ପ୍ରମୁଖ କଞ୍ଚାମାଲ ଅଟେ । ଏହାକୁ ସିଏନଜିରେ ମଧ୍ୟ ପରିବର୍ତ୍ତିତ କରାଯାଇଥାଏ ଏବଂ ପାଇପ୍ ଦ୍ୱାରା ରୋଷେଇ ଘରକୁ ପହଞ୍ଚାଯାଇଥାଏ ।

Get real time updates directly on you device, subscribe now.