fbpx

ପୁଣି ମହଙ୍ଗା ହେଲା ସିଏନଜି: ଏହି ସହରରେ ୨୪ ଦିନରେ ୪ଥର ବଢ଼ିଲା ରେଟ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଗତ କିଛିଦିନ ହେବ ସ୍ଥିର ଥିବା ବେଳେ ସିଏନଜି ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ପୁଣେ ସହରରେ ସିଏନଜି ଦାମ୍ କିଲୋ ପିଛା ୨.୨୦ ଟଙ୍କା ବଢ଼ିଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି । ଏବେ ପୁଣେରେ ସିଏନଜିର ନୂଆ ରେଟ୍ କିଲେ ପିଛା ୭୭.୨୦ ଟଙ୍କା ହୋଇଛି ।

ତେବେ ପୁଣେରେ ଗତ ୨୪ ଦିନରେ ୪ର୍ଥ ଥର ପାଇଁ ସିଏନଜି ଦର ବଢ଼ିଛି । ଏହା ପୂର୍ବରୁ ୬ ଏପ୍ରିଲ, ୧୩ ଏପ୍ରିଲ ଓ ୧୮ ଏପ୍ରିଲରେ ସିଏନଜି ଦାମରେ ବୃଦ୍ଧି ହୋଇଥିଲା । ଗତ ୬ ଏପ୍ରିଲରେ ପୁଣେରେ ସିଏନଜି ୭ ଟଙ୍କା ମହଙ୍ଗା ହୋଇଥିଲା । ଏହା ପରେ ୧୩ରେ ୫ ଟଙ୍କା ଓ ୧୮ ଏପ୍ରିଲରେ ୨ ଟଙ୍କା ମହଙ୍ଗା ହୋଇଥିଲା । ଏହିପାରି ଭାବେ ଆଜି ୪ଥ ର୍ଥର ପାଇଁ ସିଏନଜି ଦର ବଢ଼ିଛି ।

ଅବଶ୍ୟ ଏହି ଏପ୍ରିଲ ମାସରେ ରାଜ୍ୟ ସରକାର ପ୍ରକୃତିକ ଗ୍ୟାସ ଉପରେ ଭାଟ୍ ହ୍ରାସ କରି ୧୩ ପ୍ରତିଶତରୁ ୩ ପ୍ରତିଶତ କରିଥିଲେ । ଯାହାର ଫଳସ୍ୱରୂପ ୧ ଏପ୍ରିଲରୁ ସିଏନଜି ଦାମ୍ ହ୍ରାସ ପାଇଁ କିଲୋ ପିଛା ୬୨ ଟଙ୍କା ହୋଇଥିଲା । କିନ୍ତୁ ଏହା ପରେ ସିଏନଜି ଦର ୪ ଥର ବଢ଼ିଛି ।

Get real time updates directly on you device, subscribe now.