BREAKING: ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତି ମାମଲା; ସ୍ଥିତି ପରଖିବେ ମନ୍ତ୍ରୀ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ଖଣି ମନ୍ତ୍ରୀ ଖଣି ଚୋରା ମାମଲାର ତଦାରଖ ପାଇଁ ଗସ୍ତ କରିଛନ୍ତି। ଗଣେଶ ରାମ ସିଂ ଖୁଣ୍ଟିଆ, ବିଭୂତି ଜେନା ଘଟଣା ସ୍ଥଳରେ ସ୍ଥିତି ପରଖିବେ।
ଭୁବନେଶ୍ୱର: ସୁନ୍ଦରଗଡ଼ରେ ଖଣି ଚୋରି ମାମଲା। ସୁନ୍ଦରଗଡ଼ ଅଭିମୁଖେ ବାହାରିଲେ ଦୁଇ ମନ୍ତ୍ରୀ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓ ଖଣି ମନ୍ତ୍ରୀ ଖଣି ଚୋରା ମାମଲାର ତଦାରଖ ପାଇଁ ଗସ୍ତ କରିଛନ୍ତି।
ଗଣେଶ ରାମ ସିଂ ଖୁଣ୍ଟିଆ, ବିଭୂତି ଜେନା ଘଟଣା ସ୍ଥଳରେ ସ୍ଥିତି ପରଖିବେ।
ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ଦୁର୍ନୀତି ମାମଲାରେ ସ୍ଥିତି ପରଖିବେ ମନ୍ତ୍ରୀ।
ସୁନ୍ଦରଗଡରେ କୋଇଲା ଚୋରିର ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଭୋଇ ।
ପୂର୍ବରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ କରାଯାଇଥିଲା।
ଏହି କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା।
ଯାହା ବିଷୟରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇଥିଲା।