Weather Update: 5 ଦିନ ଜାରି ରହିବ ଶୀତ ଲହରି, କୁହୁଡ଼ି ନେଇ ଏହି ଜିଲ୍ଲାକୁ ଆଲର୍ଟ
4ରୁ 5 ଦିନ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରି । କମିବ ରାତି ତାପମାତ୍ରା ।
ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଶୀତ ଲହରି । ଅନେକ ସ୍ଥାନରେ ରାତି ତାପମାତ୍ରା କମିକମି ଯାଉଛି । କେତେକ ଜିଲ୍ଲାରେ ରାତି ତାପମାତ୍ରା 10 ଡିଗ୍ରୀ ତଳେ ରହୁଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
5 ଦିନ ଶୀତ ଲହରି- ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ କେତେକ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇବ । 4ରୁ 5 ଦିନ ଏହି ଶୀତ ଲାଗି ରହିବାକୁ ଥିବାବେଳେ ଆହୁରି 3 ଦିନ କୁହୁଡ଼ି ମଧ୍ୟ ଅନୁଭୂତ ହେବ ।
ରେକର୍ଡ ଭାଙ୍ଗୁଛି ତାପମାତ୍ରା- ଜି ଉଦୟଗିରରେ ତାପମାତ୍ରା 6 ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ ୧୨.୩ ଡିଗ୍ରୀ ରେକର୍ଡ ହୋଇଛି ।
କୁହୁଡି ନେଇ ଆଲର୍ଟ- କେନ୍ଦୁଝର ଓ ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି କୁହାଯାଇପାରେ ।