fbpx

ଆଗାମୀ ୪ ଦିନରେ କମ୍ପାଇବ ଶୀତର ଲହର, IMD ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଡିସେମ୍ବର ମାସ ଚାଲିଥିବା ବେଳେ ଦେଶରେ ଶୀତର ଲହର ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ ଏନେଇ ଚେତାବନୀ ଜାରି କରିଛି । ଆଇଏମଡି ଅନୁସାରେ, ଆଗାମୀ ୩-୪ ଦିନ ଉତ୍ତର ଭାରତରେ ଶୀତର ପ୍ରକୋପ ବଢ଼ିଯିବ । ପାଣିପାଗ ବିଭାଗ ଏନେଇ ଗାଇଡଲାଇନ୍ ଜାରି କରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୪ ଦିନ ମଧ୍ୟରେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ଶୀତର ଲହର ରହିବ । ଏହା ବ୍ୟତୀତ ଆଗାମୀ ୩ ଦିନ ମଧ୍ୟରେ ଗୁଜରାଟ, ଆଗାମୀ ୫ ଦିନରେ ଉତ୍ତର ରାଜସ୍ଥାନରେ ଓ ୧୯ରୁ ୨୧ ଡିସେମ୍ବର ମଧ୍ୟରେ ପଶ୍ଚିମ ଉତ୍ତରପ୍ରଦେଶରେ ଶୀତର ପ୍ରଭାବ ଦେଖିବାକୁ ମିଳିବ ।

ଶୀତର ଲହରକୁ ନେଇ ପାଣିପାଗ ବିଭାଗ ଗାଇଡଲାଇନ୍ ଜାରି କରିଛି । ପାଣିପାଗ ବିଭାଗ ଅନୁସାରେ, ଥଣ୍ଡା ବଢ଼ିବା ସହିତ ଲୋକଙ୍କୁ ଫ୍ଲୁ ଓ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯିବ । ଯଦି ଆପଣ କମ୍ପିତ ହେଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହାର ଅର୍ଥ ଆପଣଙ୍କ ଶରୀରର ଉତ୍ତାପ କମ୍ ହେଉଛି । ଏପରି ପରିସ୍ଥିତିରେ ଆବଶ୍ୟକ ସମୟରେ ହିଁ ଘରୁ ବାହାରକୁ ବାହାରନ୍ତୁ ।

Get real time updates directly on you device, subscribe now.