fbpx

କୋଲେଷ୍ଟ୍ରଲ୍‌ ବୃଦ୍ଧି ହୃଦ୍‌ଘାତର କାରଣ : ଆଶଙ୍କା ଏଡାଇବା ପାଇଁ କରନ୍ତୁ ଦୁଇଟି ସହଜ କଥା ଅନୁସରଣ, ଜାଣନ୍ତୁ କ’ଣ….

ଭୁବନେଶ୍ବର: ବର୍ତ୍ତମାନ ହୃଦଘାତ ଅତ୍ୟନ୍ତ ସ୍ୱାଭାବିକ ହୋଇଯାଇଛି । ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଇବା ମାତ୍ରେ ଷ୍ଟ୍ରୋକ୍‌ ଏବଂ ହୃଦଘାତର ଆଶଙ୍କା ବଢିଯାଏ । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ କିଛି ଲୋକ ନିଜର ଯତ୍ନ ନିଅନ୍ତି। କିନ୍ତୁ ଆଉ କିଛି ଲୋକ ବ୍ୟସ୍ତବହୁଳ ଜୀବନରେ ସେମାନଙ୍କ ସ୍ୱାସ୍ଥ୍ୟର ଆଦୌଯତ୍ନ ନିଅନ୍ତି ନାହିଁ । ଯେଉଁ କାରଣରୁ ଅଧିକାଂଶ ଲୋକ ହୃଦଘାତରେ ଆକ୍ରାନ୍ତ ହୁଅନ୍ତି । ଆପଣ ଜାଣନ୍ତି କି କେବଳ ଦୁଇଟି ସହଜ କଥା ଅନୁସରଣ କରି ଆପଣ ହୃଦଘାତର ଆଶଙ୍କା ହ୍ରାସ କରିପାରିବେ ।

ସର୍ବ୍ରଥମେ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିବ । ଏହା ସବୁଠାରୁ ଗୁରୁତ୍ୱୂପର୍ଣ୍ଣ । ଯେତେବେଳେ ଆପଣ ଠିକ୍‌ ସମୟରେ ଖାଆନ୍ତି ନାହିଁ ଏବଂ ଠିକ୍‌ ସମୟରେ ଚାଲିବାକୁ ଯାଆନ୍ତି ନାହିଁ, ସେତେବେଳେ ହୃଦଘାତର ଆଶଙ୍କା ବଢିଯାଏ । କେବଳ ଏତିକି ନୁହେଁ, କିଛି ଲୋକ କାର୍ଯ୍ୟରେ ଏତେ ବ୍ୟସ୍ତ ଥାଆନ୍ତି ଯେ ସେମାନେ ଠିକ୍‌ ସମୟରେ ଶୋଇପାରନ୍ତି ନାହିଁ। ଯେଉଁ କାରଣରୁ ଏପରି ସମସ୍ୟା ଉପୁଜେ । କିଛି ଲୋକ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ ୧୦ ମିନିଟ୍‌ ମଧ୍ୟ ସମୟ ନିଅନ୍ତି ନାହିଁ। ଯେଉଁ କାରଣରୁ ସେମାନେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହୁଅନ୍ତି । ସେଥିମଧ୍ୟରୁ ଗୋଟିଏ ହୃଦଘାତ । ତେଣୁ ଏଥିପାଇଁ ଆପଣଙ୍କୁ ନିୟମିତ ବ୍ୟାୟାମ କରିବାର ଅଭ୍ୟାସ କରିବାକୁ ପଡିବ । ନଚେତ୍‌ ହୃଦଘାତର ଆଶଙ୍କା ବଢିଯିବ ।

Get real time updates directly on you device, subscribe now.